fbpx

୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ ଟିକା: ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୨ା୫: ଦେଶରେ କରୋନାର ଦ୍ୱିତୀୟ ଲହର ତୀବ୍ର ଭାବେ ବଢ଼ିଚାଲିଛି । ଯଦି କରୋନାର ତୃତୀୟ ଲହର ଆସେ, ତାହା ଶିଶୁମାନଙ୍କୁ ବେଶି ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଟିକାକରଣ ହେଉଛି ଉପଯୁକ୍ତ ସମାଧାନ ବୋଲି କୁହାଯାଉଛି । ବର୍ତ୍ତମାନ ଦେଶରେ ୧୮ରୁ ଅଧିକ ବର୍ଷୀୟଙ୍କୁ ଟିକା ଦିଆଯାଉଛି । ତେବେ ୨ରୁ ୧୮ ବର୍ଷୀୟଙ୍କୁ ଖୁବ୍ ଶୀଘ୍ର ଟିକା ଦିଆଯିବ । ଭାରତ ବାୟୋଟେକକୁ ପରୀକ୍ଷଣ ପାଇଁ ବିଶେଷଜ୍ଞ ଟିମ୍ ସୁପାରିଶ କରିଛନ୍ତି । ଏହି ପରୀକ୍ଷଣ ଦିଲ୍ଲୀ ଓ ପାଟନା ଏମ୍ସ ସହିତ ନାଗପୁର ସ୍ଥିତ ମେଡ୍ରିଟିନା ଚିକିତ୍ସା ବିଜ୍ଞାନ କେନ୍ଦ୍ରରେ କରାଯିବ । ୨ରୁ ୧୮ ବର୍ଷୀୟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ, ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବ ଭାରତ ବାୟୋଟେକ୍ । ପୂର୍ବରୁ ଭାରତ ବାୟୋଟେକ ୨ରୁ ୧୮ ବର୍ଷୀୟଙ୍କ ଟିକା ନେଇ ପରୀକ୍ଷଣ ପାଇଁ ଅନୁମତି ମାଗିଥିଲା । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ର କୋଭିଡ-୧୯ ବିଶେଷଜ୍ଞ ଟିମ୍ ଏହା ଉପରେ ବିଚାର କରିବା ପରେ ପରୀକ୍ଷଣ ପାଇଁ ସୁପାରିଶ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.