fbpx

ଜନତାଙ୍କ ଭଲ ପାଇବା ମୋ ଇର୍ଷାକୁ ମାରି ଦେଇଛି, ଏହି ଯାତ୍ରା ମତେ ବାସ୍ତବିକତା ଦେଖାଇଛି :ରାହୁଲ ଗାନ୍ଧୀ

ଶ୍ରୀନଗର:କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଆଜି ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଶେଷ ହେବାକୁ ଯାଉଛି। ରାହୁଲଙ୍କ ନେତୃତ୍ୱରେ ସେପଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ । ଯାହା ୩୦ ଜାନୁୟାରୀ ରେ ଶ୍ରୀ ନଗର ଠାରେ ସମାପ୍ତି ହେଉଛି ।୧୪୫ ଦିନରେ ୧୨ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ମୋଟ ୩୫୭୦ କିମି ର ଯାତ୍ରା କରିଛନ୍ତି ରାହୁଲ । କନ୍ୟାକୁମାରର ରୁ କେରଳ,ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ,ତେଲେଙ୍ଗାନା, ମହାରାଷ୍ଟ୍ର,ମଧ୍ୟ ପ୍ରଦେଶ,ଗୁରୁରାଟ,ରାଜସ୍ଥାନ ପରେ ୟୁପି, ଦିଲ୍ଳୀ, ହରିୟାଣା ଏବଂ ପଞ୍ଜାବ ହୋଇ ଏହା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କାଶ୍ମୀରରେ ପହଞ୍ଚିଥିଲା । ଏହା ପରେ ଆଜି ଏହି ଯାତ୍ରା ଶ୍ରୀନଗର ଠାରେ ସମାପ୍ତି ହେଉଛି ।

ଏହି ଯାତ୍ରାର ସମାପନ ଉତ୍ସବରେ ସବୁ ଦଳକୁ ଇଚ୍ଛାକୃତ ଭାବେ ଯୋଗଦେବାକୁ କଂଗ୍ରେସ ସଭାପତି ଆମନ୍ତ୍ରଣ କରିଥିଲେ । କିଛିୁ ବିରୋଧୀ ଆସିଲେ ଯେଉଁଠାରେ ବହୁ ବିରୋଧୀ ଦଳ ନିଜକୁ ଏହି ଯାତ୍ରା ଠାରୁ ଦୂରରେ ରଖିଥିଲେ ।

ଏହି ଯାତ୍ରାରେ ରାହୁଲ ତାଙ୍କର ଅଭିଜ୍ଞତା ସବୁ ଜଣାଇଛନ୍ତି ଯେଉଁଥିରେ ସେ ପ୍ରକାଶ କରିଛନ୍ତି ଯେ ଏହି ଯାତ୍ରା ମୋ ଭିତରେ ଯେଉଁ ଅଳ୍ପ ଇର୍ଷା ଭାବ ଥିଲା ତାହାକୁ ଅନ୍ତ କରି ଦେଇଛି । ମୁଁ ଲୋକ ମାନଙ୍କ ପାଖରେ ପହଞ୍ଚିଲି ଲୋକ ମାନଙ୍କ ସହିତ ଜଡିତ ହେଲି ଆଉ ତାଙ୍କ ଯନ୍ତ୍ରଣା ମଧ୍ୟ ଜାଣିବାକୁ ପାଇଲି । ଯାହା ମତେ ଶିଖାଇ ଦେଇଛି ଯେ ଆମେ ଯାହାଭି ହୋଇ ଯାଉ ଏହି ଲୋକମାନଙ୍କ ଅଧିକାର ପାଇଁ ନିଶ୍ଚୟ ଲଢ଼ିବୁ ।

ଯାତ୍ରା ଆରମ୍ଭରୁ ବିରୋଧୀ ଆମକୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିଲେ କିନ୍ତୁ ଆମେ ଅଟକିଲୁ ନାହିଁ । ନା ବର୍ଷା ଆମକୁ ଅଟକାଇ ପାରିଲା ନା ଏହି ବରଫପାତ । ଏହି ଯାତ୍ରା ସମାପ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ରାହୁଲ କହିଥିଲେ ଯେ ମୁଁ ଏହି ଯାତ୍ରାରୁ ବହୁତ କିଛି ଶିଖିଛି ଏବଂ ଲୋକମାନେ ବିପୁଳ ସମର୍ଥନ ଦେଇଛନ୍ତି।

ଏହି ଯାତ୍ରାକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ଦେଶରେ ଚାଲିଥିବା ରାଜନୀତି ଦେଶ ପାଇଁ ଭଲ ହୋଇପାରିବ ନାହିଁ। ପ୍ରିୟଙ୍କା କହିଛନ୍ତି ଯେ ବିଜେପିର ରାଜନୀତି ଦେଶକୁ ବିଭାଜନ କରୁଛି। ସେ କହିଛନ୍ତି ଯେ ଏହି ଗସ୍ତ ମାଧ୍ୟମରେ ରାହୁଲ ଦେଶର ଲୋକଙ୍କ ଯନ୍ତ୍ରଣା ବୁଝିଛନ୍ତି।ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ମୋ ଭାଇ ଯେଉଁଆଡେ ଯାଉଥିଲେ, ସେ ଲୋକଙ୍କଠାରୁ ବହୁତ ଭଲ ପାଇବା ହାସଲ କରିଛନ୍ତି । ତେବେ ଦେଖିବା ବାକି ରହିଲା ରାହୁଲ ଙ୍କ ଏହି ଯାତ୍ରା ତାଙ୍କ ପାଇଁ କେତେ ଶୁଭ ଫଳଦାୟୀ ହେଇପାରୁଛି । ଆଉ ଆଗାମୀ ନିର୍ବାଚନ ରେ ତାଙ୍କୁ କେତେ ସହାୟକ ହେଇ ପାରୁଛି ।

Get real time updates directly on you device, subscribe now.