ରାଜ୍ୟସଭାରେ ବିଜେପି ଦେବ 3 ପ୍ରାର୍ଥୀ; 5 ତାରିଖରେ ଭରିବେ ନାମାଙ୍କନ ପତ୍ର, ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ରାଜ୍ୟସଭାରେ ବିଜେପି ଦେବ 3 ପ୍ରାର୍ଥୀ; 5 ତାରିଖରେ ଭରିବେ ନାମାଙ୍କନ ପତ୍ର
ଭୁବନେଶ୍ବର: ରାଜ୍ୟସଭା ପାଇଁ ବିଜେପି ଦେବ 3 ପ୍ରାର୍ଥୀ । 5 ତାରିଖରେ ବିଜେପିର 3 ପ୍ରର୍ଥୀ ଭରିବେ ନାମାଙ୍କନ ପତ୍ର । ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । 3 ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ । ଏହା ସହିତ ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ବିଧାୟକ ମାନେ ଉପସ୍ଥିତ ଥିଲେ ।
ସେପଟେ ସରପ୍ରାଇଜ ଦେଲେ ବିଜେଡି ସୁପ୍ରିମୋ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରଥମ ଦଳ ଭାବେ ନିଜ କାର୍ଡ ଖୋଲିଛି ବିଜେଡି । ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରତିଷ୍ଠିତ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ଭାବେ ଚତୁର୍ଥ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସଂଖ୍ୟା ନଥାଇ ମଧ୍ୟ ଚତୁର୍ଥ ଆସନ ପାଇଁ ଲମ୍ପ ଦେଇ ସବୁ ଦଳର ସମର୍ଥନ ଚାହିଁଛନ୍ତି ନବୀନ । ପ୍ରାର୍ଥୀ ଘୋଷଣା ପରେ ସନ୍ତୃପ୍ତ ଓ ଦତ୍ତେଶ୍ୱର କହିଛନ୍ତି, ଓଡ଼ିଶାର ସ୍ୱର ଦିଲ୍ଲୀରେ ଉଠାଇବୁ ।
