fbpx

ବିଜେଡିରେ ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର, ୮/୭(ଓଡିଶା ଭାସ୍କର): ବିଜେଡିରେ  ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ ପାଇଛନ୍ତି।ପଦବୀ ସହ ବିଭାଗୀୟ ଦାୟିତ୍ବ ମଧ୍ୟ ବାଣ୍ଟିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ ଦାୟିତ୍ବ, ଅଶୋକ ପଣ୍ଡା, କଳିକେଶ ସିଂହଦେଓ ଓ ପ୍ରୀତିରଂଜନ ଘଡ଼ାଇଙ୍କୁ ସାମାଜିକ କଲ୍ୟାଣ , ଅରୁଣ ସାହୁ ଓ ରୋହିତ ପୂଜାରୀଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ବ, ଅତନୁ ସବ୍ୟସାଚୀ ନାୟକଙ୍କୁ ‘ଓଡ଼ିଶା: ମୋ ପରିବାର’ ଦାୟିତ୍ବ, ରବି ନାରାୟଣ ନନ୍ଦ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ପରିବେଶ ଦାୟିତ୍ବ ଦିଆଯାଇଛି। ସେହିପରି ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ‘ସଶକ୍ତ ଓଡ଼ିଶା’ ଦାୟିତ୍ବ, ରମେଶ ମାଝୀ ଓ ସରୋଜିନୀ ହେମ୍ବ୍ରମ-ଜନଜାତି ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଦାଇତ୍ୱ ଦିଆଯାଇଛି।

 

Get real time updates directly on you device, subscribe now.