fbpx

‘ଯଦି ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛନ୍ତି…’, ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବାଇଡେନ୍

ନୂଆଦିଲ୍ଲୀ: ରୁଷକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେ କଥା ହେବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛନ୍ତି। ଏଥିସହ କିଛି ସର୍ତ୍ତ ବି ରଖିଛନ୍ତି। ସେ ଗୁରୁବାର କହିଛନ୍ତି ଯେ, ଯଦି ରୁଷ ନେତା ବାସ୍ତବରେ ଯୁଦ୍ଧ ସମାପ୍ତ କରିବାକୁ ଚାହାନ୍ତି ତେବେ ସେ ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଥମ ଥର ପୁଟିନଙ୍କ ସହ କଥା ହେବାକୁ ପ୍ରସ୍ତୁତ। ବାଇଡେନ୍ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହିତ ହ୍ଵାଇଟ୍ ହାଉସରେ ୟୁକ୍ରେନ ଉପରେ ଯୁଗ୍ମ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି।

ଉଲ୍ଲେଖନୀୟ ଯେବେଠୁ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଛି, ତେବେଠୁ ବାଇଡେନ୍ ପୁଟିନଙ୍କ ସହ ଆଲୋଚନାକୁ ବିରୋଧ କରି ଆସିଛନ୍ତି। ମାତ୍ର ପ୍ରଥମ ଥର ବାଇଡେନଙ୍କ ମୁହଁରୁ ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ଶୁଣିବାକୁ ମିଳିଛି। ମାକ୍ରୋନଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ୍ କହିଛନ୍ତି, ପୁଟିନଙ୍କ ସହ ସଂପର୍କ ସ୍ଥାପନ କରିବାକୁ ତାଙ୍କର କୌଣସି ଯୋଜନା ନାହିଁ, ମାତ୍ର ସେ ସମସ୍ତ ସମ୍ଭାବନାର ଦ୍ଵାର ଖୋଲା ରଖିବାକୁ ଚାହାନ୍ତି।

ଯଦି ପୁଟିନ୍ ବାସ୍ତବରେ ଯୁଦ୍ଧ ସମାପ୍ତ କରିବା ପାଇଁ ଇଚ୍ଛୁକ ତେବେ ସେ ତାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ମାତ୍ର ପୁଟିନ୍ ଅଦ୍ୟାବଧି ଏମିତି କରି ନାହାନ୍ତି। ତେବେ ବାଇଡେନ୍ କହିଛନ୍ତି ଯେ, ସେ କେବଳ ନିଜ ନାଟୋ ସହଯୋଗୀଙ୍କ ସହ ପରାମର୍ଶ ପରେ ହିଁ ଏମିତି କରି ପାରିବେ। ସେ ଯାହା ବି କରିବେ ତାହା ୟୁକ୍ରେନର ହିତର ଯେମିତି କ୍ଷତି ଘଟିବ ନାହିଁ ବୋଲି ବାଇଡେନ୍ କହିଛନ୍ତି।

ଆମେରିକା ରାଷ୍ଟ୍ରପତି କହିଛନ୍ତି, ଏହି ଯୁଦ୍ଧକୁ ସମାପ୍ତ କରିବାର ଗୋଟିଏ ଉପାୟ ରହିଛି, ତାହା ହେଉଛି ପୁଟିନ୍ ୟୁକ୍ରେନରୁ ବାହାରନ୍ତୁ। ମାତ୍ର ଏମିତି କିଛି ଭାବୁଥିବା ପୁଟିନଙ୍କ ନିକଟରେ ପ୍ରତୀତମାନ ହେଉ ନାହିଁ। ସେ ଯାହା କିଛି କରୁଛନ୍ତି, ସବୁର ଭୁଲ୍ ପରିଣାମ ବାହାରୁଛି। ସେ ଲଗାତାର ହସ୍ପିଟାଲ୍ ଏବଂ କୋଠାକୁ ଟାର୍ଗେଟ୍ କରୁଛନ୍ତି। ଏଥିରେ ଲକ୍ଷାଧିକ ପିଲା ପ୍ରଭାବିତ ହେଉଥିବା ଜୋ ବାଇଡେନ୍ କହିଛନ୍ତି।

Get real time updates directly on you device, subscribe now.