fbpx

ନିଜର ବ୍ୟବସାୟ ପାଇଁ ସରକାର ଦେବେ ଦିପାବଳୀ ଗିଫ୍ଟ, ଟ୍ୟାକ୍ସ ଉପରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୨୭ ।୧୦: ସାରା ଦେଶରେ କରୋନା ଭାଇରସ୍ ବ୍ୟାପିବା କାରଣରୁ ଭାରତୀୟ ଷ୍ଟାର୍ଟଅପମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର କେନ୍ଦ୍ର ସରକାର ଇଣ୍ଡିଆନ୍ ଷ୍ଟାର୍ଟଅପ ପାଇଁ ଏକ ବଡ ଘୋଷଣା କରିପାରନ୍ତି । ଖବର ଆସୁଛି ଯେ, ଯେଉଁମାନେ ତାଲିକାଭୁକ୍ତ ଷ୍ଟାର୍ଟଅପରେ ବିନିଯୋଗ କରୁଥିବା, ସେମାନଙ୍କର ୨ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ କରାଯିବ ।

ତେବେ ମହାମାରୀଠାରୁ ସାରା ଦେଶରେ ଷ୍ଟାର୍ଟଅପ୍ କମ୍ପାନୀଗୁଡିକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଖୁବଶୀଘ୍ର ଏହି ନିଷ୍ପତ୍ତି ନେଇପାରନ୍ତି ।

ତେବେ ଷ୍ଟାର୍ଟଅପର ଅର୍ଥ ହେଉଛି, ଏ ନୂଆ କମ୍ପାନୀର ଆରମ୍ଭ କରିବା । ଏପରି କମ୍ପାନୀଗୁଡିକୁ ନିଜେ ବା ୨ରୁ ୩ ଜଣଙ୍କ ଦ୍ୱାରା ଆରମ୍ଭ କରିଥାନ୍ତି ।

Get real time updates directly on you device, subscribe now.