fbpx

ରେଳମନ୍ତ୍ରାଳୟ ପକ୍ଷରୁ ବଡ଼ ସୂଚନା: ଏଣିକି ମହିଳାଙ୍କୁ ମିଳିବ କନଫର୍ମ ସିଟ୍ ,ଜାଣନ୍ତୁ କିପରି ଉଠେଇ ପାରିବେ ଫାଇଦା

ନୂଆଦିଲ୍ଲୀ: ଏଣିକି ମହିଳାଙ୍କୁ ସିଟ୍ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ରେଲୱେ ପକ୍ଷରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହିଳାଙ୍କୁ ଧ୍ୟାନରେ ରଖି ବଡ଼ ଘୋଷଣା କରିଛନ୍ତି । ନୂଆ ଘୋଷଣା ଅନୁସାରେ, ବସ ଓ ମେଟ୍ରୋ ଟ୍ରେନ୍ ପରି ଭାରତୀୟ ରେଲୱେ ମଧ୍ୟ ମହିଳାଙ୍କ ପାଇଁ ସିଟ୍ ରିଜର୍ଭେସନ କରିବ ।

ରେଲୱେ ପକ୍ଷରୁ ଏବେ ଦୂର ଯାତ୍ରା କରୁଥିବା ଟ୍ରେନରେ ମହିଳାଙ୍କ ପାଇଁ ସିଟ୍ ରିଜର୍ଭେସନ କରାଯାଉଛି । ଏହା ବ୍ୟତୀତ ମହିଳାଙ୍କ ସୁରକ୍ଷା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଟ୍ରେନରେ ମହିଳାଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ରିଜର୍ଭ ବର୍ଥ ନିର୍ଦ୍ଧାରିତ କରିବା ସହ ଅନେକ ସୁବିଧା ଆରମ୍ଭ କରିଛନ୍ତି ।

ଏହା ସହ ରେଳମନ୍ତ୍ରୀ କହିଛନ୍ତି ଯେ, ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ମହିଳାଙ୍କ ପାଇଁ ସ୍ଲିପର କ୍ଲାସରେ ୬ ଟି ବର୍ଥ ସଂରକ୍ଷିତ ରହିବ । ରାଜଧାନୀ ଏକ୍ସପ୍ରେସ, ଗରିବ ରଥ ଏବଂ ଦୁରନ୍ତୋ ସମେତ ସମ୍ପୂର୍ଣ୍ଣ ବାତାନୁକୂଳିତ ଏକ୍ସପ୍ରେସ ଟ୍ରେନର ଥାର୍ଡ ଏସିରେ ୬ ଟି ବର୍ଥ ମହିଳାମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି ।

୪୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ମହିଳାମାନଙ୍କ ପାଇଁ ସଂରକ୍ଷଣ : ପ୍ରତ୍ୟେକ କୋଚରେ ଛଅରୁ ସାତଟି ନିମ୍ନ ବର୍ଥ, ଶୀତତାପ ନିୟନ୍ତ୍ରିତ ୩ ସ୍ତର( ୩ ଏସି) କୋଚରେ ଚାରିରୁ ପାଞ୍ଚଟି ନିମ୍ନ ବର୍ଥ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ୨ ସ୍ତର ( ୨ଏସି) କୋଚରେ ତିନିରୁ ଚାରି ତଳ ବର୍ଥ ସଂରକ୍ଷିତ ରଖାଯାଇଛି।

୪୫ ବର୍ଷରୁ ଅଧିକ ମହିଳା ଯାତ୍ରୀ ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ଟ୍ରେନରେ ସେହି ଶ୍ରେଣୀର କୋଚ୍ ସଂଖ୍ୟା ଆଧାରରେ ସଂରକ୍ଷଣ କରାଯିବ। ଏହାସହିତ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ। ରେଳ ମନ୍ତ୍ରୀ କହିଛନ୍ତି, ‘ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭାରତର ସମ୍ବିଧାନ ଅନୁଯାୟୀ ଜିଲ୍ଲା ପୋଲିସ ଯାତ୍ରୀମାନଙ୍କୁ ଉନ୍ନତ ସୁରକ୍ଷା ପ୍ରଦାନ କରିବ। ‘ଏହା ସହିତ ରେଳବାଇ ଦ୍ୱାରା ମହିଳା ଯାତ୍ରୀ ଏବଂ ଟ୍ରେନ୍ ଏବଂ ଷ୍ଟେସନରେ ଥିବା ଅନ୍ୟ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ GRP ସହାୟତାରେ ପଦକ୍ଷେପ ନିଆଯାଉଛି।

Get real time updates directly on you device, subscribe now.