fbpx

ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ: SBI, HDFC ଓ ICICI ଗ୍ରାହକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇର ଗ୍ରାହକଙ୍କୁ ବେନିଫିଟ୍ ପ୍ରଦାନ କରିବ । ଆପଣମାନେ ଯଦି ବ୍ୟାଙ୍କରୁ ଲୋନ୍ ନେବାକୁ ପ୍ଲାନିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଅର୍ଥମନ୍ତ୍ରୀ ବ୍ୟାଙ୍କିଂ ସିଷ୍ଟମ ଉପରେ ବୟାନ ଜାରି କରିଛନ୍ତି ।

ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବ୍ୟାଙ୍କିଂ ସିଷ୍ଟମକୁ ଆହୁରି ସହଜ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ ଅଧିକ ସଂଖ୍ୟାରେ ଗ୍ରାହକ ବ୍ୟାଙ୍କିଂ ସେବା ସହିତ ଯୋଡ଼ି ହୋଇପାରିବେ । ଲୋନ ଦେବା କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକ ମାନକକୁ ଆକର୍ଷଣୀୟ କରିବା ଦରକାର ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କିଛିଦିନ ପୂର୍ବରୁ ଉଦ୍ୟୋଗ ପ୍ରତିନିଧିଙ୍କ ସହିତ ଅନୁଷ୍ଠିତ ବୈଠକରେ ଅର୍ଥମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ତେବେ ଅର୍ଥମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇ ସମେତ ସମସ୍ତ ବ୍ୟାଙ୍କର ଗ୍ରାହକଙ୍କୁ ଫାଇଦା ମିଳିବ । ବ୍ୟାଙ୍କଗୁଡ଼ିକ ଅଧିକରୁ ଅଧିକ ଗ୍ରାହକ ଅନୁକୂଳ ହେବା ଦରକାର । ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କର ଡିଜିଟାଲୀକରଣ ପ୍ରକ୍ରିୟା ବୃଦ୍ଧି କରାଯାଉଛି ବୋଲି ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖରା କହିଥିଲେ ।

Get real time updates directly on you device, subscribe now.