fbpx

ଉତ୍ତର ଆଫଗାନିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ ! ୧୦ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣ ମୃତ, ୨୪ ଗୁରୁତର

ଆଫଗାନିସ୍ତାନ: ଉତ୍ତର ଆଫଗାନିସ୍ତାନରେ ଏକ ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଏଫପି ସମାଚାର ଏଜେନ୍ସି ଡାକ୍ତର ଦେଇଥିବା ସୂଚନା ଅନୁସାରେ ଏହି ରିପୋର୍ଟ ଦେଇଛି । ପିଟିଆଇ ଅନୁସାରେ, ତାଲିବାନର ଜଣେ ଅଧିକାରୀଙ୍କ କହିବା ମୁତାବକ, ଉତ୍ତର ଆଫଗାନିସ୍ତାନର ଏକ ଧାର୍ମିକ ବିଦ୍ୟାଳୟରେ ବୋମା ବିସ୍ଫୋରଣରେ ଅତି କମରେ ୧୦ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି ।

ଏହାପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ସେଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ୨୪ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଥିଲେ । ସେତେବେଳେ ଦାବି କରାଯାଉଥିଲା ଯେ, ଇସଲାମିକ୍ ଷ୍ଟେଟ୍-ଖୁରାସାନ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟାଇଥିଲା । ଅଧିକାଂଶ ହଜାରା ଏବଂ ଶିଆ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ଏହାପୂର୍ବରୁ ଏପ୍ରିଲରେ କାବୁଲର ଦୁଇଟି ଶିକ୍ଷାନୁଷ୍ଠାନରେ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ ।

Get real time updates directly on you device, subscribe now.