fbpx

ବିଗ୍ ବସ: ଜସ୍ମିନ-ଅଭିିନବଙ୍କୁ ନେଇ ଭାବପ୍ରବଣ ହେଲେ ସଲମନ

ନୂଆଦିଲ୍ଲୀ, ୯ା୧: ଚଳିତ ସପ୍ତାହରେ ଅଭିନେତ୍ରୀ ଜସ୍ମିନ ଭସିନ ବିଗ ବସରୁ ବେଘର ହେବାକୁ ଯାଉଛନ୍ତି । ତେବେ ଜସ୍ମିନଙ୍କର ବହିଷ୍କାର ଘୋଷଣା କରିବା ସମୟରେ ସଲମନ ଖାନ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ ।

ବିଗ ବସ ସିଜିନ-୧୪ର ଖବର ଅନୁସାରେ, ଅଭିନବ ଶୁକ୍ଲା ଏବଂ ଜସ୍ମିନ ଭସିନ ଭୋଟିଂ ଆଧାରରେ ନିମ୍ନରେ ରହିଥିଲେ । ତେବେ ଏକ ଖବର ମିଳିଛି ଯେ, ଏଇ ସପ୍ତାହରେ ଜସ୍ମିନ ବିଗ ବସରୁ ବିଦାୟ ନେବେ । ଏହାକୁ ଘୋଷଣା କରିବେ ସଲମନ ଖାନ । ପୂର୍ବରୁ ଜସ୍ମିନ ଗୁପ୍ତ କୋଠରୀରେ ରହିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ବର୍ତ୍ତମାନ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ଏପର୍ଯ୍ୟନ୍ତ ଜସ୍ମିନ ଭଲ ପ୍ରଦର୍ଶନ କରୁଥିଲେ । ଏପରିକି ସଲମନ ଜସ୍ମିନଙ୍କୁ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ତୁଳନା କରିଥିଲେ । ତେବେ ବିଦାୟ ପୂର୍ବରୁ ଜସ୍ମିନଙ୍କ ପାଇଁ ଏକ ସରପ୍ରାଇଜ ରହିଛି । ଏହି ଅବସରରେ ଜସ୍ମିନଙ୍କ ପିତାମାତାଙ୍କୁ ଶୋରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.