fbpx

ବଡ଼ ଖବର: ଭାରତରେ ମଧ୍ୟ ବନ୍ଦ ରହିଲା କରୋନା ଟିକା ପରୀକ୍ଷଣ

ନୂଆଦିଲ୍ଲୀ, ୧୦ା୯: ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି ମହାମରୀ କରୋନା । ଏହାରି ମଧ୍ୟରେ ଆଶା ଦେଖାଉଥିବା କରୋନା ଟିକା ପରୀକ୍ଷଣ ବନ୍ଦ ହୋଇଛି । ଭାରତରେ ମଧ୍ୟ ବନ୍ଦ ରହିଲା ଟିକା ପରୀକ୍ଷଣ । ପରୀକ୍ଷଣ ବନ୍ଦ ନେଇ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ଆଷ୍ଟ୍ରୋଜେନିକା ଟିକା ପ୍ରସ୍ତୁତିରେ ମଧ୍ୟ ସାମିଲ ଅଛି ସେରମ୍ । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଗତକାଲି କୋଭିଡ଼-୧୯ ଟିକା ପରୀକ୍ଷା ବନ୍ଦ ରଖିଥିଲା ବ୍ରିଟେନର ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରୋଜେନିକା । କାରଣ ଏହି ଟିକା ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷଣ କରାଯିବା ପରେ ଅଜଣା ଅସୁସ୍ଥତାର ଲକ୍ଷଣ ଦେଖା ଦେଇଥିଲା । ତେଣୁ କୋଭିଡ଼-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଆଷ୍ଟ୍ରୋଜେନିକା ଅକ୍ସଫୋର୍ଡ଼ ବିଶ୍ୱିବଦ୍ୟାଳୟ ସହ ମିଶି କରେନା ଟିକା ପ୍ରସ୍ତୁତି କରୁଛି । ଯାହାର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ଚାଲିଥିଲା । ମାନବ ପରୀକ୍ଷଣ ବେଳେ ଏହିପରି ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଏହି ଟିକା ପ୍ରସ୍ତୁତକୁ ସ୍ଥଗିତ ରଖିଛନ୍ତି । ଏହାସହ ଟିକା ନେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କଣ ବଡ଼ ସମସ୍ୟା ଦେଖାଦେଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.