fbpx

ରାଜ୍ୟର ୨୯ ଜିଲ୍ଲାରୁ ଆଜି ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୨୯ ଜିଲ୍ଲାରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୩୧ ଓ ସ୍ଥାନୀୟ ଅଞ୍ଚଳରୁ ୧୨୮୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୭୩୧, କଟକରୁ ୪୦୦, ପୁରୀରୁ ୨୧୭, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଗଞ୍ଜାମରୁ ୧୬୯, ମୟୁରଭଞ୍ଜରୁ ୧୩୭, ଯାଜପୁରରୁ ୧୧୭, କେନ୍ଦୁଝରରୁ ୧୦୨, କୋରାପୁଟରୁ ୯୦, ଭଦ୍ରକରୁ ୮୭, ସମ୍ବଲପୁରରୁ ୭୮,  ଅନୁଗୁଳରୁ ୬୬, ଜଗତସିଂହପୁରରୁ ୬୦, ଝାରସୁଗୁଡ଼ାରୁ ୬୦, ସୁନ୍ଦରଗଡ଼ରୁ ୬୦, ନୟାଗଡ଼ରୁ ୬୨, କେନ୍ଦ୍ରାପଡ଼ାରୁ ୫୭, ନବରଙ୍ଗପୁରରୁ ୫୫, ନୂଆପଡ଼ାରୁ ୪୯, ଢ଼େଙ୍କାନାଳରୁ ୩୭, କଳାହାଣ୍ଡିରୁ ୩୭, ବୌଦ୍ଧରୁ ୩୬, କନ୍ଧମାଳରୁ ୩୨,  ଗଜପତିରୁ ୨୭, ସୋନପୁରରୁ ୨୬, ରାୟଗଡ଼ାରୁ ୨୫, ମାଲକାନଗିରିରୁ ୧୩,  ବଲାଙ୍ଗୀରରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.