fbpx

୨୫ ବର୍ଷ ପରେ ଚୀନରେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ବଡ଼ ହ୍ରାସ: ଭାରତରେ ବଢ଼ିଲା ଦୁଇଗୁଣା ଉତ୍ପାଦନ

ନୂଆଦିଲ୍ଲୀ: ସେମୀକଣ୍ଡକ୍ଟର ଚିପ୍ ର ବ୍ୟବସାୟରେ ଏବେ ଚୀନ୍ ର ଆଧିପତ୍ୟ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି । ଗୋଟିଏ ପଟେ ଯେତେବେଳେ ଚୀନରେ ଚିପ୍ ନିର୍ମାଣ ଦ୍ରୃତ ଭାବରେ ହ୍ରାସ ପାଉଛି ଅନ୍ୟ ପଟେ ଭାରତ ଏବଂ ଆମେରିକା ଘରୋଇ ଉତ୍ପାଦନ ବଢ଼ାଉଛନ୍ତି । ଏକ ରିପୋର୍ଟ ଅନୂଯାୟରେ ଚୀପରେ କୋଭିଡ କଟକଣା ଏବଂ ଚାହିଦା କମ୍ ହେବାରୁ ଅଗଷ୍ଟ ମାସରୁ ଚୀନ୍ ରେ ଚିପ୍ ନିର୍ମାଣରେ ଏପର୍ଯ୍ୟନ୍ତ ବଡ଼ ହ୍ରାସ ଦେଖିବାକୁ ମିଳିଛି ।

ରିପୋର୍ଟ ଅନୂଯାୟୀ, ଇଣ୍ଟିଗ୍ରେଟେଡ ସର୍କିଟ ର ଉତ୍ପାଦନ ଶୁଳ୍କ ହ୍ରାସ ପାଇ ୨୪.୭ ଆରବ ୟୁନିଟ୍ ହୋଇଛି । ଯାହା ୧୯୯୭ ପରଠାରୁ ଏକ ମାସରେ ସବୁଠୁ କମ୍ । ସେହିପରି ଅନ୍ୟପଟେ ଭାରତ ଏବଂ ଆମେରିକା ନିଜର ଘରୋଇ ଉତ୍ପାଦନ ପ୍ରାୟ ଦୁଇଗୁଣା କରିଛି ।

ଅଗଷ୍ଟରେ ମାଇକ୍ରୋ କମ୍ପ୍ୟୁଟରର ସ୍ଥାନୀୟ ଉତ୍ପାଦନ ୧୮.୬ ପ୍ରତିଶତ ଖସି ୩୧୭.୫ ଅରବ ୟୁନିଟ୍ ହୋଇଛି । ଏକ ରିପୋର୍ଟ ଅନୂଯାୟୀ ୩୪୭୦ ଚିପ୍ ତିଆରି କରୁଥିବା କମ୍ପାନୀ ବର୍ଷର ପ୍ରଥମ ୮ ମାସର କାରବାରରୁ ବାହାର ହୋଇଛନ୍ତି । ଚୀନରେ ଚିପ୍ ଉତ୍ପାଦନରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । କାରଣ ଭାରତ ଏବଂ ଆମେରିକା ଦୁଇ ସ୍ଥାନୀୟ ଚିପ୍ ନିର୍ମାଣକୁ ଉତ୍ସାହିତ କରିବାକୁ ପ୍ରୟାସ କରୁଛନ୍ତି ।

ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ପାଇଁ ୧.୫୪ ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ ରଖି ଗୁଜରାଟ ସରକାର ବେଦାନ୍ତ ଏବଂ ଫକ୍ସକନ୍ ସହ ସହଭାଗିତା କରିଛନ୍ତି । ୨୦୨୬ ସୁଦ୍ଧା ସମୁଦାୟ ଭାରତ ସେମିକଣ୍ଡକ୍ଟର କମ୍ପୋନେଣ୍ଟ ମାର୍କେଟର ସମୁଦାୟ ଆୟ ୩୦୦ ଆରବ ଡଲାର ପହଞ୍ଚିବାର ସମ୍ଭାବନା ରହିଛି । ଭାରତ ସରକାର ପିଏଲଆଇ ଯୋଜନା ଅନୂଯାୟୀ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ମ୍ୟାନୁଫ୍ୟକଚରିଂ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମର ବିକାଶ ପାଇଁ ଅଲଗା ଭାବରେ ୭୬ ହଜାର କୋଟି ଖର୍ଚ୍ଚ ପାଇଁ ଘୋଷଣା କରିଛନ୍ତି ।

ସେହିଭଳି ଆମେରିକା ମଧ୍ୟ ଚିପ୍ ଉତ୍ପାଦନରେ ଶୀଘ୍ରତାର ସହ କାମ କରୁଛି । ଇଣ୍ଟେଲ ଏବଂ ସାମସଙ୍ଗ୍ ଆମେରିକାରେ ଆହୁରି ଅଧିକ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.