fbpx

୬ ସମର୍ଥକଙ୍କ ସହିତ ଅମୃତପାଲ ସିଂ ଗିରଫ, ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ପଞ୍ଜାବରେ ଇଣ୍ଟରନେଟ୍ ବନ୍ଦ

ନୂଆଦିଲ୍ଲୀ: ଚର୍ଚ୍ଚିତ ଖଲିସ୍ଥାନୀ ସମର୍ଥକ ଅମୃତପାଲ ସିଂହକୁ ପଞ୍ଜାବ ପୋଲିସ ଗିରଫ କରିଛି। ଜଳନ୍ଧର ମେହତପୁର ଅଞ୍ଚଳରୁ ୬ ସମର୍ଥକଙ୍କ ସହିତ ଅମୃତପାଲକୁ ଗିରଫ କରିଛି ପୋଲିସ। ଅମୃତପାଲକୁ ଗିରଫ କରିବା ପରେ ରାଜ୍ୟରେ ସ୍ଥିତି ବିଗିଡ଼ିବା ଭୟରେ ଜଳନ୍ଧରରେ ଭାରି ମାତ୍ରାରେ ପୋଲିସ ମୁତୟନ କରାଯିବା ସହିତ ଇଣ୍ଟରନେଟ୍ ମଧ୍ୟ ବନ୍ଦ କରି ଦିଆଯାଇଛି। ତେବେ ବର୍ତ୍ତମମାନ ପର୍ଯ୍ୟନ୍ତ ଅମୃତ ପାଲର ଗିରଫ ନେଇ ପୋଲିସ ସ୍ପଷ୍ଟ କରି ନାହିଁ।

ଅଜନାଲା ପୋଲିସ ଷ୍ଟେସନରେ ଭଙ୍ଗାରୁଜା ଓ ଆକ୍ରମଣ ମାମଲାରେ ଅମୃତପାଲ ସିଂଙ୍କୁ ଅଭିଯୁକ୍ତ କରାଯାଇଛି। ପଞ୍ଜାବ ପୋଲିସ ବିଚ୍ଛିନ୍ନତାବାଦୀ ନେତା ତଥା ଖାଲୀସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଉପରେ ଶନିବାର ଦିନ କଟକଣା ଜାରି କରିଛି। ତାଙ୍କୁ ଜଲନ୍ଧରର ମହାରଥପୁରରେ ଗିରଫ କରାଯାଇଥିଲା। ଯେତେବେଳେ ସେ ମୋଗା ଅଭିମୁଖେ ଯାଉଥିଲେ ସେତେବେଳେ ଗିରଫ କରାଯାଇଥିଲା। ପୋଲିସ ତାଙ୍କ ବିରୋଧରେ ଅପରେସନ ଆରମ୍ଭ କରିଥିବା ସୂଚନା ପାଇବା ମାତ୍ରେ ସେ କାରରେ ବସି ଖସି ଯିବାକୁ ଚେଷ୍ଟା କରିଥିଲା। ପୋଲିସ ମଧ୍ୟ ତାଙ୍କୁ ଭାରି ବଳ ସହିତ ଅନୁସରଣ କରିଥିଲା। ପୋଲିସ ଚାରିପାଖରୁ ପ୍ରାୟ ୧୦୦ ଟି ଗାଡି ଘେରି ନାକୋଦର ଅଞ୍ଚଳରେ ଅମୃତପାଲଙ୍କୁ ଗିରଫ କରିଥିଲା।

ତେବେ ଅମୃତପାଲ ସିଂହକୁ ଗିରଫ କରିବା ପରେ ରାଜ୍େୟର ସ୍ଥିତି ବିଗିଡ଼ିବା ଭୟ ଥିବାରୁ ପଞ୍ଜାବ ପୋଲିସ ରବିବାର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିଛି । ପଞ୍ଜାବ ସରକାରଙ୍କ ଗୃହ ବିଭାଗ ଏବଂ ନ୍ୟାୟ ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି ଯେ ପଞ୍ଜାବ ସେବାଗୁଡିକର ଆଞ୍ଚଳିକ ପ୍ରାଧିକରଣରେ ଭଏସ୍ କଲ୍ ବ୍ୟତୀତ ସମସ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା, ସମସ୍ତ ଏସ୍‌ଏମ୍‌ଏସ୍ ସେବା (ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ରିଚାର୍ଜ ବ୍ୟତୀତ) ଏବଂ ମୋବାଇଲ୍ ନେଟୱାର୍କରେ ପ୍ରଦାନ କରାଯାଇଥିବା ସମସ୍ତ ଡଙ୍ଗଲ୍ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ମାର୍ଚ୍ଚ ୧୮ (୧୨:୦୦ ଘଣ୍ଟା) ରୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖନ୍ତୁ ।

Get real time updates directly on you device, subscribe now.