ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ବଡ ଟ୍ୱିଷ୍ଟ, ଚାର୍ଜସିଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ବଡ ଟ୍ୱିଷ୍ଟ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ ବଡ ଟ୍ୱିଷ୍ଟ । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ବିକ୍ରମ ପଣ୍ଡାଙ୍କ ସିକ୍ରେଟ ଚାମ୍ବରରେ ଥିଲା ଆପତ୍ତିଜନକ ଜିନିଷ ଓ ପେନ ଡ୍ରାଇଭ୍ । ଏକ ଲଫାପାରେ 4ଟି ରଙ୍ଗୀନ ଫଟୋ ଓ ଗୋଟିଏ ପେନଡ୍ରାଇଭ ଥିବା ସୂଚନା ମିଳିଛି।
ତେବେ ଏହି ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବତନ ବିଧାୟକଙ୍କ ଆପତ୍ତିଜନକ ଫଟୋ ଲିଙ୍କ। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ ପୀତବାସଙ୍କ ପାଖେ ରହିଥିଲା। ଯାହାକୁ ସର୍ବସାଧାରଣରେ ଭାଇରାଲ କରିଦେବେ ବୋଲି ପୀତବାସ ଧମକ ଦେଉଥିଲେ। ସେହି ଫଟୋକୁ ପୁଲିସ ଜବତ କରିଥିବା ଜଣାପଡିଛି।
ପୀତବାସଙ୍କ ଆଲମିରା ସିକ୍ରେଟ ଚାମ୍ବରରୁ ଏକ ଲଫାପା ମିଳିଥିବା ବେଳେ ତା ଭିତରେ ଥିଲା ବିକ୍ରମଙ୍କ ୪ଟି ଆପତ୍ତି ଫଟୋ। ଏପରିକି ଏକ ପେନଡ୍ରାଇଭରେ ସେହି ଫଟୋରେ ଡିଜିଟାଲ କପି ବି ଥିଲା । ଯାହାକୁ ଜବତ କରିଥିବା ପୋଲିଲ ଚାର୍ଜସିଟରେ ଦର୍ଶାଇଛି । ପୀତବାସ ହତ୍ୟାକାଣ୍ଡ ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଥିବା ପୋଲିସ ପ୍ରେସମିଟରେ କହିଥିଲା ବେଳେ ଏବେ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ଲିଙ୍କ ମାମଲାକୁ ଆହୁରି ଜଟିଳ କରିଛି ।
ପୋଲିସ ଚାର୍ଜସିଟରେ ଏହା ଉଲ୍ଲେଖ ଥିବା ବିକ୍ରମ ପଣ୍ଡାଙ୍କ ଓକିଲ ସୂଚନା ଦେଇଛନ୍ତି । ଯାହା କୋର୍ଟରେ ଦାଖଲ ହୋଇ ନଥିବା ଓକିଲ ଦୀପକ ପଟ୍ଟନାୟକଙ୍କ ଅଭିଯୋଗ କରିଛନ୍ତି । ପ୍ରମାଣ ସହ ସାଇଣ୍ଟିଫିକ ଟିମର ଯାଞ୍ଚ ଆବଶ୍ୟକ ବୋଲି ଓକିଲ ଦାବି କରିଛନ୍ତି ।
