fbpx

BigBreaking: ବିଶ୍ୱକପ ପରାଜୟ ପରେ ଆକ୍ସନ ମୋଡରେ BCCI, ଭାଙ୍ଗିଲା ଚିଫ୍ ସିଲେକସନ କମିଟି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ। ଅଧ୍ୟକ୍ଷ ଚେତନ ଶର୍ମା ସମେତ ସମ୍ପୁର୍ଣ୍ଣ ବରିଷ୍ଠ ଚୟନ ସମ୍ମିତିର ସମସ୍ତ ସଦସ୍ୟଙ୍କୁ ଆଉଟ କରିଛି ବିସିସିଆଇ। ଟି-୨୦ କପ ୨୦୨୨ ଜିତିବାକୁ ଭାରତ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଚୁଟକିରେ ଧୂଳିସାତ ହୋଇ ଯାଇଥିଲା। ତେବେ ଏହି ଘଟଣା ପରେ ବିସିସିଆଇ କଡ଼ା ପଦକ୍ଷେପ ନେଇ ହଇଚଇ ସୃଷ୍ଟି କରି ଦେଇଛି।

ଚିଫ୍ ସିଲେକସନ କମିଟି ଭାଙ୍ଗିଲା ସହିତ ବିସିସିଆଇ ଶୁକ୍ରବାର ଏହି ପଦଲାଗି ନୂଆ ଆବେଦନକାରୀଙ୍କୁ ମଧ୍ୟ ଆମନ୍ତ୍ରଣ କରିଛି। ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ମଧ୍ୟ ଦେଇଛି। ବିସିସିଆଇ ଶୁକ୍ରବାର ଜାତୀୟ ଚୟନକର୍ତ୍ତାର ୫ ପଦ ପାଇଁ ନୂତନ ଆବେଦନ ଆମନ୍ତ୍ରିତ କରିଛି।

ଉଲ୍ଲେଖନୀୟ ଭାରତୀୟ ଦଳ ଚଳିତ ବିଶ୍ଵ କପ୍ ଜିତିବାର ପ୍ରବଳ ଦାବିଦାର ଥିଲା। ମାତ୍ର ସେମି ଫାଇନାଲ୍‌ରେ ଇଂଲଣ୍ଡ ହାତରୁ ଶୋଚନୀୟ ପରାଜୟ ପରେ ଦଳର ୧୫ ବର୍ଷର ଟାଇଟଲ୍ ଜିତିବା ସ୍ଵପ୍ନ ଅଧୁରା ରହିଛି। ଚିଫ୍ ସିଲେକସନ କମିଟି ଭାଙ୍ଗିବା ସହିତ ବିସିସିଆଇ ଶୁକ୍ରବାର ଏହି ପଦଲାଗି ନୂଆ ଆବେଦନକାରୀଙ୍କୁ ମଧ୍ୟ ଆମନ୍ତ୍ରଣ କରିଛି। ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ମଧ୍ୟ ଦେଇଛି।ବିସିସିଆଇ ଶୁକ୍ରବାର ଜାତୀୟ ଚୟନକର୍ତ୍ତାର ୫ ପଦ ପାଇଁ ନୂତନ ଆବେଦନ ଆମନ୍ତ୍ରିତ କରିଛି।

ଆବେଦନ ସହିତ ବିସିସିଆଇ କିଛି ମାନଦଣ୍ଡ ବି ସ୍ଥିର କରିଛି, ଯାହାକୁ ପୂରା କରୁଥିବା ଖେଳାଳି ହିଁ ଏହି ପଦପାଇଁ ଆବେଦନ କରିପାରିବେ। ଆବେଦନ କରିବାକୁ ଚାହୁଁଥିବା ଖେଳାଳି ଅତି କମରେ ସାତ ଟେଷ୍ଟ କିମ୍ବା ୩୦ ପ୍ରଥମ ଶ୍ରେଣୀ କ୍ରିକେଟ୍ କିମ୍ବା ୧୦ ଦିନିକିଆ ଏବଂ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଦରକାର। ଏପରିକି ଆବେଦନକାରୀ ଖେଳାଳିଙ୍କ ସନ୍ନ୍ୟାସ ପାଞ୍ଚ ବର୍ଷ କିମ୍ବା ସେଥିରୁ ଅଧିକ ହୋଇଥିବା ଦରକାର। ଯେଉଁ ବ୍ୟକ୍ତି ମୋଟ୍ ୫ ବର୍ଷ ପର୍ଯ୍ୟନ୍ତ କୌଣସି ବି କ୍ରିକେଟ୍ କମିଟିର ସଦସ୍ୟ ରହିଛନ୍ତି, ସେ ପୁରୁଷ ଜାତୀୟ ଚୟନ କମିଟିର ସଦସ୍ୟ ହେବାକୁ ଯୋଗ୍ୟ ନୁହନ୍ତି। ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୫ ରଖାଯାଇଛି।

 

 

Get real time updates directly on you device, subscribe now.