fbpx

‘Bigg Boss 16’ରେ ଆସିପାରନ୍ତି ପ୍ରକୃତି ମିଶ୍ର

କଲର୍ସ ଟିଭିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍ ବସ୍’ । ଏଥର ନଜର ଆସିପାରନ୍ତି ମୁମ୍ବାଇରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍-୧୬’ । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ କୌଣସି ପ୍ରତିଯୋଗୀଙ୍କ ନାଁ ଘୋଷଣା ହୋଇନାହିଁ । ମାତ୍ର ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାକୁ ଆସିଥିବା ପ୍ରକୃତି ‘ବିଗ୍ ବସ୍’କୁ ଯିବେ ବୋଲି ଚର୍ଚ୍ଚା ଜୋର ହେଉଛି ।

ଯଦି ଏହା ସତ ହୁଏ, ତେବେ ଓଲିଉଡର ସ୍ୱିଟହାର୍ଟ ଭାବେ ପରିଚିତ ପ୍ରକୃତି ପୁଣିଥରେ ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିବେ । ବର୍ତ୍ତମାନ ସେ ମୁମ୍ବାଇରେ ଅଭିନେତା ନାନା ପାଟେକରଙ୍କ ସହ ଏକ ହିନ୍ଦୀ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିସହ ସେ ବ୍ୟକ୍ତିଗତ ବିବାଦରେ ଛନ୍ଦି ହେବା ପୂର୍ବରୁ ଗତ ଜୁନ୍ ୩ରେ ବାବୁସାନଙ୍କ ସହିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମମ୍’ରେ ନଜର ଆସିଥିଲେ ।

ଏହାପରେ ଦ୍ୱିଭାଷୀ ଚଳଚ୍ଚିତ୍ର ‘ଦ୍ରୌପଦୀ’କୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥିଲେ । ଓଡ଼ିଆ ଚଳଚ୍ଚିତ୍ର ‘ହାଲୋ ଆରସି’ରେ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିବା ପ୍ରକୃତି ଜାତୀୟସ୍ତରରେ ଅନେକ ସଫଳତା ସାଉଁଟିଛନ୍ତି । ୨୦୧୪ରେ ଜୀ’ଟିଭିରେ ‘ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ସ କି ଖୋଜ୍’ ଏବଂ ପରେ ଷ୍ଟାର ଭାରତରେ ପ୍ରସାରିତ ‘ଜୟ କହ୍ନେୟା ଲାଲ୍ କି’ ଏବଂ ଆଣ୍ଡ୍ ଟିଭିରେ ପ୍ରସାରିତ ‘ବିଟ୍ଟୀ ବିଜ୍ନେସ୍ ୱାଲି’ରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ‘ଏମ୍ଟିଭି’ରେ ପ୍ରସାରିତ ରିଅଲିଟି ଶୋ’ ‘ଏସ୍ ଅଫ୍ ସ୍ପେସ୍-୨’ରେ ମଧ୍ୟ ସାମିଲ ହୋଇଥିଲେ ।

Get real time updates directly on you device, subscribe now.