fbpx

ବିହାରର ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୦ଟା ସୁଦ୍ଧା ୭.୩୫% ମତଦାନ

ପାଟଣା,୨୮ ।୧୦ : କରୋନା ସଙ୍କଟ ମଧ୍ୟରେ ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାର ୭୧ ଟି ଆସନରେ ଭୋଟିଂ ଚାଲିଛି । କରୋନା ନିୟମ ସହିତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଭୋଟିଂ ଚାଲିଥିବା ଜଣାପଡ଼ିଛି । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିବ । ୧୬ଟି ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ । ମତାଧିକାର ସାବ୍ୟସ୍ତ କରିବେ ୨ କୋଟି ୧୪ ଲକ୍ଷ ଭୋଟର ।

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ରହିଛି । ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ ।
ତେବେ ଦିନ ୧୦ଟା ସୁଦ୍ଧା ବିହାରରେ ୭.୩୫% ମତଦାନ ହୋଇଛି । ପୋଲିଂ ବୁଥ ନିକଟରେ ଭୋଟ ପାଇଁ ମତଦାତାମାନଙ୍କର ଲମ୍ବା ଲାଇନ୍ ଲାଗିଛି ।

Get real time updates directly on you device, subscribe now.