fbpx

ବିହାରରେ ଲାଗୁ ହେଲା ଲକଡାଉନ୍

ପାଟନା, ୪ା୫ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ନୁଆ ରେକର୍ଡ କରୁଛି । ଏହି ପରିପ୍ରେକ୍ଷୀରେ ଅନେକ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଆଜି ବିହାରରେ ମଧ୍ୟ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେଠାରେ ଆସନ୍ତା ୧୫ ତାରିଖ ଯାଏଁ ଲକଡାଉନ୍ ଜାରି ରହିବ ବୋଲି କୁହାଯାଇଛି । ବିହାରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏପରି ଘୋଷଣା କରିଛନ୍ତି । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ବରିଷ୍ଠ ଅଧିକାରୀ ମାନେ ଲକଡାଉନ୍ ଲାଗୁ କରିବା ନେଇ ଦାବି କରିଆସୁଥିଲେ । ଖାଲି ସେତିକି ନୁହେଁ ସୋମବାର ଦିନ ବିହାର ହାଇକୋର୍ଟ ମଧ୍ୟ ଏ ସଂକ୍ରାନ୍ତରେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ବର୍ତ୍ତମାନ ରାଜ୍ୟରେ ଦେନିକ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ସୁଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର କୋଭିଡ୍ ସଂକ୍ରମଣର ସ୍ଥିତି ପରଖିବାକୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ୍ ସମୀକ୍ଷା ବୈଠକ କରିଥିଲେ । ଏଥିରେ ସେ ରାଜ୍ୟର ସମସ୍ତ ପୋଲିସ୍ ମାନଙ୍କୁ କୋଭିଡ୍ ପ୍ରୋଟୋକଲ୍ ମାନୁନଥିବା ଲୋକଙ୍କୁ ସାବାଡ କରିବାକୁ କହିଥିଲେ । ଏଥିସହିତ ବିଭିନ୍ନ ଜନଗହଳି ସ୍ଥାନରେ ହେଉଥିବା ଗହଳିକୁ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିହାର ପୁର୍ବରୁ ମହାରାଷ୍ଟ୍ର, ହରିୟାଣା, ଓଡିଶା, ଦିଲ୍ଲୀ ଆଦି ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି ।

ସୁଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩୪୪୯ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି । ଅପରପକ୍ଷରେ ୩ ଲକ୍ଷ ୨୦ ହଜାର ୨୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.