ରାତି ୧୧ଟା: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ପ୍ରେମ ପାଠ ପଢ଼ାଉଥିଲେ ଶିକ୍ଷକ!
ସାର ଘର ଭିତରକୁ ଗଲାର କିଛି ସମୟରେ ଗାଁ ଲୋକେ ଏକାଠି ହୋଇଥିଲେ। ତା’ପରେ ଜବରଦସ୍ତି ଘର ଭିତରେ ପଶିଥିଲେ। ସେତେବେଳେ ଛାତ୍ରୀ ଓ ଶିକ୍ଷକଙ୍କ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ
ପାଟନା: ନଟି ଶିକ୍ଷକଙ୍କ ଡାଟି କାମ…। ବୋଧହୁଏ କଥାଟି ବୁଝି ଯାଇଥିବେ। ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ। ପାଠ ପଢ଼ାଇବା ବାହାନାରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସହିତ ସାର ରଖିଥିଲେ ଦୈହିକ ସମ୍ପର୍କ। ରାତି ୧୧ଟାରେ ଗୋଟିଏ ଘରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ଗାଁ ଲୋକେ ଉଦ୍ଧାର କରିଥିଲେ। ଏପରି ଘଟଣା ବିହାରରେ ଘଟିଛି।
ଆମାସ ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲର ଶିକ୍ଷକରେ ଶିକ୍ଷକ ଅଛନ୍ତି ରିତେଶ(ଛଦ୍ମନାମ)। ସେ ସେଠାରେ ପ୍ରାୟ ୧୨ ବର୍ଷ ହେଲା ଶିକ୍ଷକତା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ରିତେଶ। ଛାତ୍ରୀ ଜଣକ ମଧ୍ୟ ସାରଙ୍କୁ ଭଲ ପାଉଥିଲେ। ଯେଉଁଥିପାଇଁ ସାର ନିୟମିତ ରାତିରେ ଛାତ୍ରୀଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ।
ସାରଙ୍କ ରାତିରେ ଆସିବାକୁ କିନ୍ତୁ ଛାତ୍ରୀଙ୍କ ସାହି ପଡ଼ିଶା ସନ୍ଦେହ କରୁଥିଲେ। ଯଦି ଜଣେ ଶିକ୍ଷକ ପାଠ ପଢ଼ାଇବାକୁ ଆସୁଛନ୍ତି, ତାହାହେଲେ ସେ ସକାଳେ ବା ସନ୍ଧ୍ୟା ବେଳେ ଆସିବେ। ହେଲେ ରାତିରେ କଣ ପାଇଁ ଆସିବେ? ତେଣୁ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗାଁ ଲୋକଙ୍କ ମନରେ ଆଗ୍ରହ ଥିଲା। ତେବେ ଗୁରୁବାର ରାତି ପ୍ରାୟ ୧୧ଟା ହେବ। ଘରେ କେହି ନଥିଲେ। ସାର ଛାତ୍ରୀଙ୍କ ଘରେ ପହଞ୍ଚିଲେ। କବାଟ ଡୋର ବେଲ ମାରିବା ପରେ ଛାତ୍ରୀ କବାଟ ଖୋଲିଥିଲେ। ତା’ପରେ ଆରମ୍ଭ ହୋଇଥିଲା।
ସାର ଘର ଭିତରକୁ ଗଲାର କିଛି ସମୟରେ ଗାଁ ଲୋକେ ଏକାଠି ହୋଇଥିଲେ। ତା’ପରେ ଜବରଦସ୍ତି ଘର ଭିତରେ ପଶିଥିଲେ। ସେତେବେଳେ ଛାତ୍ରୀ ଓ ଶିକ୍ଷକଙ୍କ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ। କାଳ ବିଳମ୍ବ ନକରି ଗାଁ ଲୋକେ ଘର ଭିତରୁ ଶିକ୍ଷକଙ୍କୁ ଘୋଷାଡ଼ି ଆଣିଥିଲେ। ବହେ ନାଦିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଡ୍ରାମା। ଏ ସମ୍ପର୍କରେ ଶିକ୍ଷକଙ୍କ ଦ୍ୱିତୀୟ ପତ୍ନୀ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେ ତାଙ୍କ ସ୍ୱାମୀଙ୍କ ସମର୍ଥନରେ ବାହାରିଥିଲେ। ଗାଁ ଲୋକଙ୍କ ସହିତ ଯୁକ୍ତିତର୍କ କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ। ପୋଲିସର କହିବା ଅନୁସାରେ ଘଟଣାର ଯାଞ୍ଚ ଚାଲିଛି। ଅଭିଯୁକ୍ତ ଶିକ୍ଷକ ପୋଲିସ ହେବାଜତରେ ଅଛି।
ସୂଚନାରୁ ପ୍ରକାଶ, ରଙ୍ଗୀଲା ଶିକ୍ଷକଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି। ୧୨ ବର୍ଷ ତଳେ ସେ ଦ୍ୱିତୀୟ ବିବାହ କରିଥିଲେ। ଏହା ସତ୍ତ୍ୱେ ସେ ୧୬ ବର୍ଷୀୟା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମନ ଦେଇଥିଲେ। ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

