fbpx

ପୋଲିସ କର୍ମଚାରୀଙ୍କ ଉପରକୁ ବାଇକ୍ ଚଢ଼ାଇ ଦେଲେ ଚାଳକ, ଡାହାଣ ଗୋଡ଼ରେ ଲାଗିଛି ଆଘାତ

ସୁବର୍ଣ୍ଣପୁର (ଭାସ୍କର ନ୍ୟୁଜ୍‌): ଗାଡି ଚେକିଂ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ିଯାଇଛି ବାଇକ୍‌ । ସେ ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନସ୍ଥ କମସରା ଫାଣ୍ଡି ଅଧିକାରୀ ଅରଖିତ ମାଝୀ କିଛି ପୋଲିସ କର୍ମଚାରୀଙ୍କ ସହ ନିକଟସ୍ଥ ପଣ୍ଡକିଟାଲ ଗ୍ରାମ ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ପୋଲିସ କର୍ମଚାରୀ ସୁରେଶ ଚନ୍ଦ୍ର ସା ଜଣେ ବାଇକ ଚାଳଙ୍କୁ ଅଟକାଇବାକୁ ଯାଇ ହାତ ମାରିଥିଲେ । ଉକ୍ତ ବାଇକ ଚାଳକ ଦୃତ ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ସୁରେଶଙ୍କ ଉପରେ ଚଢ଼ାଇ ଦେଇଥିଲେ । ଫଳରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ସହ ବିଭିନ୍ନ ଯାଗାରେ ଆଘାତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ତରଭା ଡାକ୍ତରଖାନାକୁ ଆଣାଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭିମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.