fbpx

(Video) ଇଏ କଣ ହେଇଗଲା! ନାଗିନ ଷ୍ଟାଇଲରେ ଗାଡି ଚଳାଉଥିଲେ: ଆଉ ତା’ପରେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅନେକ ସମୟରେ ବାଇକ ଚଳାଉଥିବା କିଛି ଯୁବକ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳେ । ତେବେ କିଛିଟା ସଫଳତାର ସହ ଶେଷ କରନ୍ତି ତ ଆଉ କିଛିର ପରିଣାମ ଟିକିଏ ଭୟାନକ ହୋଇଯାଏ । ଯାହାକୁ ନେଇ ଡ୍ରାଇଭର ଖୁବ ପଶ୍ଚାତାପ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ବାଇକରେ ଷ୍ଟଣ୍ଟ କରିବାକୁ ଚେଷ୍ଟା କରିବା ବେଳେ ଧୋକା ଖାଇଯାଇଛନ୍ତି । ଯାହାର ପରିଣ।।ମ କୁବ ମହଙ୍ଗା ପଡିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ପ୍ରଥମେ ୩ ଜଣ ଯୁବକ ଗୋଟିଏ ବାଇକରେ ଯାଉଥିବାର ଦେଖିବାକୁ ମିଳିଛି । ତେବେ ପରେ ସେମାନେ ଯେଉଁ କାରନାମା କରିଛନ୍ତି ତାହା ଦେଖିଲେ ଆପଣଙ୍କ ହୋସ ଉଡିଯିବ । ବାଇକରେ ବସିଥିବା କୌଣସି ବି ଯୁବକ ହେଲମେଟ ପିନ୍ଧି ନାହାନ୍ତି । ଏହାପରେ ଗାଡି ଚଳାଉଥିବା ବାବୁ ଜଣକ ନିଜର ଟାଲେଣ୍ଟ ଦେଖାଇବାକୁ ଚେଷ୍ଟା କରିଛନ୍ତି । ସ୍ପେ୍ଲଣ୍ଡର ବାଇକ ଧରି ନିଜକୁ ସେ ଧୁମ ସିନେମାର ହ୍ରିତିକ ଭାବି ନେଇଛନ୍ତି । ଯାହାର ପରିଣାମ ତାଙ୍କୁ ଖୁବ ମହଙ୍ଗା ପଡିଛି । ବାଇକକୁ ସେ ହଠାତ ନାଗିନ ଷ୍ଟାଇଲରେ ଚଳାଇବା ଆରମ୍ଭ କରି ଦେଇଥିଲେ । ରାସ୍ତାର ଏପଟରୁ ସେପଟ ଏବଂ ସେପଟରୁ ଏପଟକୁ ଚଳାଉଥିଲେ ଏହି ରୋଡ ରୋମିଓ । କିନ୍ତୁ ଏଠି କିଛି କରୁ କରୁ ଆଉ କିଛି ହୋଇଯାଇଛି ।

କିଛି ବାଟ ନାଗିନ ଷ୍ଟାଇଲରେ ଗାଡି ଚଳାଇବା ପରେ ବାଇକକୁ ନିୟମନ୍ତ୍ରଣରେ ରଖି ପାରିନାହାନ୍ତି ଏ ମହାଶୟ । ଫଳରେ ଗାଡିଟି ମାଡ ଯାଇ ପାଖ ଡିଭାଇଡରରେ ପିଟି ହୋଇଯାଇଛି । ଆଉ ତା’ ପରେ ଯାହା ହୋଇଥିବ ଟିକିଏ ଅନୁମାନ କରନ୍ତୁ । ଗାଡିରେ ବସିଥିବା ୩ ଜଣ ଯାକ ଗାଡିରୁ ପଡି ଆହତ ହୋଇଛନ୍ତି । ତେବେ ଏହି ଘଟଣାକୁ ତାଙ୍କର ଜଣେ ବନ୍ଧୁ ଆଉ ଏକ ବାଇକରେ ବସି ରେକର୍ଡ କରୁଥିଲେ । ତେବେ ଗାଡିରୁ ସେମାନେ ଖସି ପଡିବା ପରେ ଭିଡିଓରେ ଆଉ କିଛି ଦେଖାଯାଇନାହିଁ । କିନ୍ତୁ ଏହି ଘଟଣାରୁ ସେମାନେ ନିଶ୍ଚୟ ଏକ ବଡ ଶିକ୍ଷା ପାଇଥିବେ । ବୋଧହୁଏ ଏହାପରେ ସେ ଟ୍ରାଫିକ ନିୟମକୁ ଭାଙ୍ଗିବା ପାଇଁ କେବେ ଚେଷ୍ଟା ବି କର ନ ପାରନ୍ତି ।

ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ କରିଛନ୍ତି ନେହା ଅଗ୍ରୱାଲ ନାମକ ଜଣେ ୟୁଜର । ଭିଡିଓର କ୍ୟାପ୍ସନରେ ସେ ଲେଖିଛନ୍ତି ଯେ, ରୋଡରେ ଆହୁରି ମସ୍ତି କର… । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ୩୨ ହଜାରରୁ ଅଧିକ ଥର ଦେଖା ସରିଲାଣି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର ବିଭିନ୍ନପ୍ରକାର କମେଣ୍ଟ ଦେଉଛନ୍ତି ।

Get real time updates directly on you device, subscribe now.