fbpx

ଆସନ୍ତାକାଲିଠାରୁ ଭିତରକନିକାରେ ପକ୍ଷୀଗଣନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟର ଭିତରକନିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ । ଏହି ଗଣନା କାର୍ଯ୍ୟ ପାଇଁ ମୋଟ ୧୬ଟି ଟିମ୍ ନିୟୋଜିତ ହେବା ସହ ପ୍ରତ୍ୟେକ ଟିମରେ ୪ରୁ ୫ ଜଣ ସଦସ୍ୟ ରହିବେ । ତେବେ ଏହି କାର୍ଯ୍ୟରେ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା, ଜଗତସିଂହପୁରର ସମସ୍ତ ଆଇଲ୍ୟାଣ୍ଡ, ମ୍ୟାଙ୍ଗଗ୍ରୁପ ଓ ଜଙ୍ଗଲରେ ଏହି ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଶୀତଦିନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପକ୍ଷୀଗଣନା କାର୍ଯ୍ୟ କରାଯାଇଥାଏ । ଗତ ୪ ତାରିଖରେ ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟରେ ବମ୍ବେସ୍ଥିତ ନ୍ୟାଚୁରାଲ ହିଷ୍ଟ୍ରି ଅଫ୍ ସୋସାଇଟିର ନିର୍ଦ୍ଦେଶକଙ୍କ ସମେତ ଅଭିଜ୍ଞ ପକ୍ଷୀ ବିଶାରଦମାନେ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ସେହିପରି ଗତ ୨ ତାରିଖରେ ଭିତରକନିକାରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଡିଏଫଓ ସୂଚନା ଦେଇଥିଲେ ।

Get real time updates directly on you device, subscribe now.