fbpx

ପକ୍ଷୀ ମାଂସ ଝୋଳ ଖାଇବାକୁ ଚାଲିଥିଲା ରୋଷେଇ, ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ: ଜଣେ ଶୀକାରୀ ଗିରଫ

୩ ଟି ମୃତ ବିଦେଶୀ ପକ୍ଷୀ ମାଂସ ଜବତ

ଟାଙ୍ଗୀ (ଭାସ୍କର ନ୍ୟୁଜ): ଚିଲିକାରୁ ବିଦେଶୀ ପକ୍ଷୀ ଶିକାର କରିବା ପରେ ସେହି ପକ୍ଷୀର ମାଂସକୁ ରୋଷେଇ ପାଇଁ କରାଯାଉଥିଲା ପ୍ରସ୍ତୁତି । ହେଲେ ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ । ଶୀତ ଦିନେ ଚିଲିକାକୁ ସୁଦୂର ସାଇବେରିଆ, ଇଣ୍ଡୋନେସିଆ, ଚୀନ, ଜାପାନ, ମାଲେସିଆ ପ୍ରଭୃତି ଅଂଚଳରୁ ହଜାର-ହଜାର କିଲୋମିଟର ଆକାଶ ପଥରେ ଉଡି-ଉଡି ଚିଲିକାକୁ ଆସିଥାନ୍ତି ଏହି ବିଦେଶୀ ପକ୍ଷୀ । ଏହି ସମୟରେ ଶିକାରୀମାନେ ତତ୍ପର ହୋଇ ରହିଥାନ୍ତି ପକ୍ଷୀ ଶିକାର କରିବାପାଇଁ । ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ସୁରକ୍ଷା କ୍ୟାମ୍ପ ଗଠନ ହୋଇଥିଲେ ମଧ୍ୟ ଶିକାରୀ ଚତୁରତାର ସହିତ ପକ୍ଷୀ ଶିକାର କରିଥାନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଧୀନ କୁହୁଡି ଗ୍ରାମ ହାଟ ନୁଆସାହିରୁ ଅଜୁ ପ୍ରଧାନକୁ ଗିରଫ କରିବା ସହିତ ଏକ ମୋଟର ସାଇକେଲ, ୩ ଟି ମୃତ ବିଦେଶୀ ପକ୍ଷୀ ଯାହାକି ପକ୍ଷୀ ମାଂସ ରୋଷେଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେସବୁକୁ ଜବତ କରିଛି ବନ୍ୟପ୍ରାଣୀ ବିଭାଗ ।

Get real time updates directly on you device, subscribe now.