fbpx

ରାଗିଂ ପାଇଁ ଆତ୍ମହତ୍ୟା କଲେ ରୁଚିକା ! ସୁଇସାଇଟ୍ ନୋଟ୍‌ରେ ଲେଖିଗଲେ ୩ ଜଣ ସିନିୟର ଛାତ୍ରୀ ନାଁ, ଅଧା ରହିଗଲା କଲେକ୍ଟର ହେବା ସ୍ୱପ୍ନ..

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀଙ୍କ ମୃତଦେହ ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାମ ରୁଚିକା ମହାନ୍ତି । ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ । ସେ କାରୁବାକି ହଷ୍ଟେଲରେ ରହୁଥିଲେ । ଖବର ପାଇ ଘଟଣାସ୍ଥଳରେ ବଡଗଡ଼ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରିଛି । ହଷ୍ଟେଲ ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି । ଯେଉଁଥିରେ ସିନିୟର ଛାତ୍ରୀମାନେ ତାଙ୍କୁ ରାଗିଂ କରୁଥିବାରୁ ସେ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ଏନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହାସହ ପରିବାର ଲୋକ କାର୍ଯ୍ୟାନୁଷ୍ଠାନ ଦାବିରେ ହଷ୍ଟେଲ ଆଗରେ ଧାରଣା ଦେଇଛନ୍ତି ।

ସୂଚନା ଅନୁଯାୟୀ କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ । କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ । ଶନିବାର ଅସୁସ୍ଥତା ଯୋଗୁଁ ସେ କ୍ଲାସ୍‌କୁ ଯାଇନଥିଲେ । କ୍ଲାସ ସରିବା ପରେ ଛାତ୍ରୀମାନେ ରୁମ୍‌କୁ ଫେରିବା ପରେ ରୁମର କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । କବାଟ ବାଡ଼େଇ ଥିଲେ ମଧ୍ୟ ରୁଚିକା ଖୋଲିନଥିଲେ । ରୁଚିକା କବାଟ ନଖୋଲିବାରୁ ଛାତ୍ରୀମାନଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ଏନେଇ ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ । ପରେ ସେଠାରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି ଯେ ଜୀବନରେ ବହୁତ ଥକି ପଡ଼ିଲିଣି । ମୋ ବାପା ଓ ବୋଉ କଷ୍ଟ କରି ମୋତେ ପଢ଼ାଇଲେ । ମୋ ପାଠପଢ଼ା ପାଇଁ ଘର ଚଳିବା କଷ୍ଟକର ହେଉଥିଲା । ହେଲେ ହଷ୍ଟେଲ୍‌ରେ ମୋତେ ସିନିୟର ବହୁତ ନିର୍ଯାତନା ଦେଲେ । ୩ ଜଣ ସିନିୟର ମୋତେ ମାନସିକ ନିର୍ଯାତନା ଦେଲେ । ଆଉ ସହିପାରିଲିନି କି ଘରେ କହିପାରିଲିନି । ମୋତେ ମୋ ବାପା, ମାଆ, ମାମୁ, ମାଇଁ, ମଉସା ଓ ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି । ସେମାନେ ବହୁତ ଆଶା ରଖିଥିଲେ, ମୁଁ କଲେକ୍ଟର ହେବି । ହେଲେ ମୋତେ ସିନିୟର ମାନସିକ ନିର୍ଯାତନା ଦେଲେ । ବାପା, ମାଆଙ୍କ ପଇସା ଖର୍ଚ୍ଚ କରି ପାଠ ପଢ଼ିବା ପାଇଁ ଛାଡ଼ିଥିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲାନାହିଁ । କାରଣ ସିନିୟର ମୋତେ ବହୁତ ଡିପ୍ରେସ୍‌ କଲେ ବୋଲି ଚିଠିରେ ଲେଖାଯାଇଛି ।

ଚିଠିରେ ଆହୁରି ଲେଖାଯାଇଛି, ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଂ ହୁଏ । ବହୁ ସିନିୟର ମୋତେ ହଷ୍ଟେଲ୍‌ରେ ବଞ୍ଚେଇ ଦେଲେନି । ମୋ ବାପା-ବୋଉଙ୍କ ଲୁହରେ ସେମାନେ ଭାସିଯିବେ । ଜମା ଆଗକୁ ବଢ଼ି ପାରିବେନି । ମୁଁ ଏକଥା କାହାକୁ କହିପାରିଲନି । କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି । ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡିପ୍ରେସ କଲେ । ମୋତେ ପାଠ ବି ପଢ଼ାଇ ଦେଲେନି । ମୋ ରୁମ୍‌ମେଟ୍‌ଙ୍କୁ ଏକଥା କହିପାରିଲିନି । ଶେଷରେ ଜୀବନ ହାରୁଛି । ତେବେ ସୁଇସାଇଡ୍‌ ନୋଟ୍‌ ରେ ୩ ଜଣ ସିନିୟର ଛାତ୍ରୀଙ୍କ ନାଁ ଲେଖିନାହାନ୍ତି ରୁଚିକା ।

ଏନେଇ ଲେଡିଜ ହଷ୍ଟେଲର ଅଧୀକ୍ଷକ ଡକ୍ଟର ରଥ କହିଛନ୍ତି, ରୁଚିକା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସେ ବିଜେବି କଲେଜ ଲେଡିଜ ହଷ୍ଟେଲରେ ରହିକି ପାଠ ପଢୁଥିଲେ । ରୁଚିକା ଜି କ୍ଳାସକୁ ଯାଇ ନଥିଲେ । ବହୁତ ସମୟ ଧରି କବାଟ ଖୋଲି ନଥିଲେ । କବାଟ ଭାଙ୍ଗିକି ପଶିକି ଦେଖିଲୁ କି ସେ ବେଡରେ ପଡ଼ିଛନ୍ତି । ମୃତ୍ୟୁର କାରଣ ଜାଣିନୁ ।

Get real time updates directly on you device, subscribe now.