fbpx

ହିନ୍ଦୋଳ ଓ ଅତାବିରା NAC ନିର୍ବାଚନ: ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ମାସରେ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ଏହା ମଧ୍ୟରେ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛି । ଦଳ ପ୍ରତି ଏନଏସି ପାଇଁ ୩ ଜଣ ଲେଖାଏଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ବେଳେ ମୋଟ ୬ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏ ବାବଦରେ ପାର୍ଟି ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦୁଇ ଏନଏସି ନିର୍ବାଚନ ପାଇଁ ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ଅତାବିରା ଏନଏସି ନିର୍ବାଚନ ପାଇଁ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହ ଓ ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ମିଳିଛି । ସେହିପରି ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ସୁଧୀର କୁମାର ସାମଲ, ସୁଶାନ୍ତ କୁମାର ରାଉତ ଓ କୁନା ବିହାରୀ ଦାସଙ୍କୁ ନିଯୁକ୍ତି ଦିଆଯାଇଛି ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଏହା ମଧ୍ୟରେ ଗତ ୨ ତାରିଖରେ ସୁପ୍ରିମୋ ଦଳର କିଛି କର୍ମକର୍ତ୍ତାଙ୍କୁ ନୂଆ ଦାୟିତ୍ୱ ଦେଇଥିଲେ । ଗଜପତି ଜିଲ୍ଲା ପାଇଁ ୨ ଜଣ ରାଜ୍ୟ ସମ୍ପାଦକ, ୨ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ୧୩ ଜଣ ସଚିବ, ୧୫ ଜଣ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେହିପରି କନ୍ଧମାଳ ଜିଲ୍ଲା ପାଇଁ ୧୭ ଜଣ ସାଧାରଣ ସମ୍ପାଦକ, ୧୯ ଜଣ ସମ୍ପାଦକ, ୧୫ ଜଣ ଯୁଗ୍ମ ସଚିବଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ହିନ୍ଦୋଳ ଏନଏସିର ୧୬ଟି ୱାର୍ଡର ୯,୮୭୭ ଜଣ ଭୋଟର ଓ ଅତାବିରା ଏନଏସିର ୧୨ଟି ୱାର୍ଡର ୧୩,୫୨୦ ଜଣ ଭୋଟର ନିତର ମତଦାନ ସାବ୍ୟସ୍ତ କରିବେ । ଗତ ୧୪ ତାରିଖରେ ଦୁଇ ଏନଏସି ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Get real time updates directly on you device, subscribe now.