ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର କସରତ, ଗଠନ ହେଲା କମିଟି, ବରିଷ୍ଟ ନେତାଙ୍କୁ ଦାୟିତ୍ଵ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିୟରିଂ ଓ ଜୋନାଲ୍‌ କମିଟି ଗଠନ କଲା BJD । ଷ୍ଟିୟରିଂ କମିଟିରେ ୬ ବରିଷ୍ଠ ନେତା ଏବଂ ଜୋନାଲ କମିଟିରେ ୧୦ ସଦସ୍ୟ ଅଛନ୍ତି ।

ଷ୍ଟିୟରିଂ କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗୀନି ଛୁରିଆ, ଟୁକୁନୀ ସାହୁ, ନିରଞ୍ଜନ ବିଶି, ଆୟୁବ ଖାନଙ୍କ ପରି ବରିଷ୍ଠ ନେତାମାନେ ଅଛନ୍ତି ।

ସେହିପରି ଜୋନାଲ୍‌ କମିଟିରେ କଳିକେଶ ନାରାୟଣ ସିଂ ଦେଓ, ସୁଦାମ ମାରାଣ୍ଡି, ସାରଦା ନାୟକ, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନହୋର ରନ୍ଧାରୀ, ରୋହିତ ପୂଜାରୀ, ପ୍ରଦୀପ ମାଝୀ, ଜୋଗେଶ୍ ସିଂ ଏବଂ ବିକ୍ରମ ପଣ୍ଡା ଅଚନ୍ତି ।

ଅନ୍ୟପଟେ ବିଜେଡି ପ୍ରାର୍ଥିକୁ ନେଇ ସଂକେତ ଦେଇଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର । ରାଜେନ୍ଦ୍ର ଢ଼ୋଲକିଆ ରାଜନେତା ଓ ସାମାଜିକ ନେତୃତ୍ବରେ ପାରଙ୍ଗମ ଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରକୁ ଟିକେଟ୍‌ ଦେବାକୁ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର ।