fbpx

(VIDEO) ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଭୟରେ ଅଛନ୍ତି ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ; କହିଲେ ମୋ ପିଏସ୍ଓ ହୋଇଯିବନିତ ଗୋପାଳ

କଟକ: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁଳିକାଣ୍ଡ ଘଟଣା ପରଠାରୁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ସାଧାରଣ ଜନତାଙ୍କ ଠାରକୁ ।ରମ୍ଭ କରି ବ୍ୟବସାୟୀ ଏପରି ନେତା ମନ୍ତ୍ରୀମାନେ ମଧ୍ୟ ଭୟରେ ଅଛନ୍ତି । ଯାହାର ଖୋଦ ପ୍ରମାଣ ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ତେବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି କଟକରେ ହେଉଥିବା ଏକ କ୍ରାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପରେ ମତେ ମଧ୍ୟ ଡର ଲାଗୁଛି ଏବଂ ମୁଁ ଭୟରେ ଅଛି । କାରଣ ନବ ଦାସଙ୍କ ଭଳି ମୋତେ ବି ପିଏସ୍ଓ ମିଳିଛି । ତେବେ ମୋ ପିଏସ୍ଓ ଆଉ ଗୋପାଳ ହୋଇଯିବନି ତ । ଯିଏ ମୋ ସହ ପ୍ରତିଟି ସମୟରେ ରହୁଛି । ମୋର ସବୁ ପ୍ଲାନ୍ ମୋ ପିଏସ୍ଓ କୁ ମଧ୍ୟ ଜଣାଅଛି । ଏଥିସହିତ ସବୁ ପ୍ରଚାର ସମୟରେ ମଧ୍ୟ ସେ ମୋ ସହ ରହୁଛି । ଆଉ ଏବେ ମୋ ପିଏସ୍ଓକୁ ନେଇ ମୋତେ ଭାରି ଡର ଲାଗିଲାଣି । ତେବେ ବିଧାୟକଙ୍କ ଏଭଳି ପ୍ରତିକ୍ରିୟା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୌମ୍ୟରଞ୍ଜନ କହିଛନ୍ତି କି ଓଡ଼ିଶା ଭଳି ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା । ଯେଉଁଠି ସର୍ବସମ୍ମୁଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରି ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହି ଘଟଣାକୁ ମୁଁ ସହଜରେ ଗ୍ରହଣ କରିପାରୁ ନାହିଁ ଏବଂ ମୁଁ ଏହାକୁ ଘୋର ନିନ୍ଦା କରୁଛି । ଏତତ୍ ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମିତି ଗୋଟେ ଦିନ ଆସିବ ମୋ ପିଏସ୍ଓ ମୋତେ ମାରି ଦେବନି ତ । କାରଣ ମୋତେ ବି ଗୋଟେ ପିଏସ୍ଓ ମିଳିଛି । ମୁ ଏଭଳି କଥାକୁ ଭାବି ଭାବି ମୋତେ ବି ଡର ଲାଗିଲାଣି । ତେବେ ନବ ଦାସ ତ ଜଣେ ମନ୍ତ୍ରୀ ଥିଲେ । କିନ୍ତୁ ମୁଁ ତ ମାତ୍ର ଜଣେ ବିଧାୟକ । ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ଜଣେ ଏଏସ୍ଆଇ ଗୁଳିକରି ହତ୍ୟା କରିବା ଏକ ଆଶ୍ଚର୍ଯ୍ୟକର ଘଟଣା ବୋଲି କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଆଜି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୌମ୍ୟ କହିଛନ୍ତି, ବର୍ତ୍ତମାନ ଘଟଣାକୁ ନେଇ ବହୁତ ଗସିପ୍ ହେଉଛି । ତେଣୁ ପୋଲିସ ବାବୁମାନେ ଏହାର ତଦନ୍ତ କରି ଅସଲ କାରଣ ଖୋଜିବା ଦରକାର। ପୋଲିସ ଯେତେ ଶୀଘ୍ର ସତ ପଦାକୁ ଆଣିବ, ସେତେ ଶୀଘ୍ର ଏହି ଚର୍ଚ୍ଚା ବନ୍ଦ ହେବ ବୋଲି ସୌମ୍ୟ କହିଛନ୍ତି।

Get real time updates directly on you device, subscribe now.