fbpx

ବିଜେଡିର ନୂଆ ପାର୍ଟି ଅଫିସ୍ ରାଜ୍ୟବାସୀଙ୍କ ହିତସାଧନ କରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ସରକାରୀ କୋଠାରେ ଚାଲିଆସୁଥିବା ବିଜେଡିର ପାର୍ଟି ଅଫିସ ବର୍ତ୍ତମାନ ବଦଳିବାକୁ ଯାଉଛି । ପୂର୍ବ ଅଫିସ ପଛପଟେ ୪ ମହଲା ବିଶିଷ୍ଟ ଏକ ଆକର୍ଷଣୀୟ କୋଠା ନିର୍ମାଣ ହେବ । ଏନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ଆରମ୍ଭ କରିସାରିଛନ୍ତି । ଅନୁରୂପ ଭାବେ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ୧୦ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ କରିବ । କଂଗ୍ରେସ ଆଗକୁ ନିଜର ବିଲଡିଂ କରିପାରେ, ମାତ୍ର ବର୍ତ୍ତମାନ ସାମାନ୍ୟ ପଛରେ ରହିଥିବା ଦୃଶ୍ୟମାନ ହେଉଛି ।

କେନ୍ଦ୍ରରେ ବର୍ତ୍ତମାନ ଶାସନାଧୀନ ଥିବା ବିଜେପି ଦଳ ନିଜର ଏକ ବିରାଟ ବିଲଡିଂ ନିର୍ମାଣ କରିଥିଲା, ଯାହାକି ବିଶ୍ୱର ସବୁଠାରୁ ବଡ଼ ପାର୍ଟି ଅଫିସ୍ ରୂପେ ପରିଗଣିତ । ୨୦୧୯ରେ ଦଳ କ୍ଷମତାକୁ ଆସିବା ପରେ ଉକ୍ତ ବିଲଡିଂରେ ବିଜୟୋତ୍ସବ ପାଳନ କରାଯାଇଥିଲା । ତେବେ ବିଜେଡିର ଏହି ବିଲଡିଂ ରାଜ୍ୟବାସୀଙ୍କ ପାଇଁ ସମର୍ପିତ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ନିର୍ମାଣ ହେବାକୁ ଥିବା ନୂଆ ବିଲ୍ଡିଂରେ ଦଳୀୟ କର୍ମୀଙ୍କ ପାଇଁ ବୈଠକ ସ୍ଥଳ, କନଫରେନ୍ସ ହଲ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍, ଲାଇବ୍ରେରୀ, ସ୍ୱତନ୍ତ୍ର ଗୃହ, ପାର୍କିଂର ବ୍ୟବସ୍ଥା ରହିବ । ଆସନ୍ତା ୨୦୨୨ ମସିହା ଡିସେମ୍ବର ମାସ ପୂର୍ବରୁ ଏହି ସମସ୍ତ ଫାସିଲିଟି ଉପଲବ୍ଧ ଥିବା ଏହି କୋଠାର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.