ଡବଲ୍ ଇଞ୍ଜିନ ଡବଲ୍ ଧୋକା, ଭୁବନେଶ୍ୱର-କଟକ-ପୁରୀ ମୋଟ୍ରୋ ବନ୍ଦ, ବିଜେପି ସରକାର ବିରୋଧରେ ବିଜେଡିର ବିକ୍ଷୋଭ
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି।
ଓଡିଶାଭାସ୍କର: ଓଡିଶାରେ ରାଜନୈତିକ ଉଷ୍ମତା ମଧ୍ୟରେ ବିଜୁ ଜନତା ଦଳ (BJD) ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ପ୍ରତିବାଦ କରାଯାଇଛି। ବିଭିନ୍ନ ସମୟରେ ବିଜେଡି ଛାତ୍ର ଓ ଯୁବ ନେତାମାନେ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ଖବର ସାମ୍ନାକୁ ଆସୁଛି।
ଠିକ୍ ସେହିପରି ଆଜି ବିଜୁ ଜନତା ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖଙ୍କ ସହ ମାଷ୍ଟର କ୍ୟାଣ୍ଟିନି ଛକଠାରେ ମେଟ୍ରୋ ରେଳ ପ୍ରକଳ୍ପ ପୁନର୍ବାର ଆରମ୍ଭ କରିବା ପାଇଁ ଦାବି ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
କେବଳ ସେତିକି ନୁହେଁ ରାଜ୍ୟ ବିଜେପି ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ପଣ୍ଡା କହିଥିଲେ। ଏହି ଅଭିଯାନରେ ବିଜେଡିର ଅନ୍ୟ କର୍ମୀ ତଥା କର୍ପୋରେଟର୍ ଭାରତୀ ସିଂ, କେ ଶାନ୍ତି, ମହାମାୟା ସ୍ୱାଇଁ, ଶିବପ୍ରସାଦ ବେହେରା, ପ୍ରିତିନନ୍ଦା ରାଉତରାୟ, ଛବି ଦାସ, ସନ୍ତୋଷ ସିଂହ, ସରପଞ୍ଚ ବିକ୍ରମ ସେଠୀ, ବର୍କତ ତୁଲ୍ଲା, ଦୁର୍ଗା ସାମନ୍ତରାୟ, ସୋଲାର ମିଶ୍ର, ସଞ୍ଜୟ ସେଠୀ, ଚନ୍ଦ୍ରକାନ୍ତ ସାହୁ, ବିଜୟ ଗୋଛାୟତ ପ୍ରମୁଖ ସାମିଲ ଥିଲେ।
ଏହାସହ ଶିବ ନାରାୟଣ ରାୟ, ମିହିର ରାଉତ, ମୋନାଲିସା ବେହେରା, ଜୟନ୍ତୀ ସାହୁ, ଭୋଳାନାଥ ମହାରଣା, ସବ୍ୟସାଚୀ ସାହୁ, ପ୍ରେମାନନ୍ଦ ଜେନା, ପ୍ରଭାସିନୀ ମହାନ୍ତି, ଡ଼. ସନ୍ତୋଷ ବେଜ୍, ଶେଖ ଅମିର, ଅଶୋକ ବେହେରା, ଅଚ୍ୟୁତ ସ୍ୱାଇଁ, ବିପ୍ଳବ ବେହେରା,ବାସନ୍ତୀ ସିଂହ, ଦାଶରଥି ନାୟକ, ଆଲୋକ ପାଣିଗ୍ରାହୀ, ସୁସ୍ମିତା ଦାସ, ଚଗଲା ଜେନା, ମିଟୁ ପରିଡ଼ା , ସୁଧାକର ମାଝୀ, ଶ୍ରୀଧର ବେହେରା, ସୁବ୍ରତ ଦାସ,ଇଲା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସାହୁ, ଗଗନ ପଣ୍ଡା, ମନୋରଞ୍ଜନ ଦାସ, ତୁଷାର ଦାସ, ମୁଜାହିଦ୍ ହୁସେନ, ଅଶ୍ୱିନୀ ସୁନ୍ଦରାୟ ପ୍ରମୁଖ ଯୋଗ ଦେଇଥିଲେ।
ବିଜେପି ସରକାର ଡବଲ ଇଞ୍ଜିନ ସରକାର, ଡବଲ ଧୋକା ବୋଲି ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି କର୍ମୀ। ଏହି ରାଲିରେ ସୁଜିତ୍ ସ୍ୱାଇଁ, ରୁନୁ ଜେନା, ରାଜେଶ ପତ୍ର, ରଞ୍ଜୁଲତା ରାୟ, ଅଲ୍ଲୀ ଅଳି ମଲ୍ଲିକ, ରାଜକିଶୋର ଦାସ, ଆସିୟା ବେଗମ, ନବ କିଶୋର ବେହେରା, , ଭରତ ଲେଙ୍କା, ଶ୍ରୀମତୀ ପୁଷ୍ପା ରାଉତ, ସମିତା ମହାନ୍ତି, ପୁଷ୍ପାଞ୍ଜଳି ସେଠୀ, ଜୟନ୍ତି ସାହୁ ଝରଣା ରାଣୀ ପତି, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ସାଗର ବଳବନ୍ତରାୟ, ମିଲନ ପାଇକରାୟ, ସମରେନ୍ଦ୍ର ଜେନା ଯୋଗଦେଇଥିଲେ।
ଏହାସହ ଅଶୋକ ଜେନା, ଆଶିଷ ପଟ୍ଟନାୟକ, କବିତା ସ୍ଵାଇଁ, ରମାନାଥ ବଳିଆରସିଂ, ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା ମନୋରଞ୍ଜନ ମହାନ୍ତି, ଫେଲୁ ଭାଇ, ବରିଷ୍ଠ ଉପଦେଷ୍ଟା ଚିନ୍ମୟ ମହାନ୍ତି, ଦିଲ୍ଲୀପ କୁମାର ଜେନା, ପୂର୍ବତନ କର୍ପୋରେଟର ସେକ୍ ନିଜାମ ଉଦ୍ଦିନ, ନିହାର ରଞ୍ଜନ ସ୍ଵାଇଁ ବିଜୁ ମହିଳା ଜନତା ଦଳର ସେକ୍ରେଟାରୀ ପାୟଲ ପଲ୍ଲବୀ, ସେକ୍ରେଟାରୀ ବବିତା ମହାନ୍ତି, କେଦାର ଭାଇ, ବିଜୁ ଜନତା ଦଳର ଜେନେରାଲ ସେକ୍ରେଟାରୀ ପରୱା ପରବିନ, ବିକ୍ରମ ରେଡ୍ଡୀ, ଏନ ଏମ୍ ରାଓ, ପ୍ରସନ୍ନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
