fbpx

ଅପରାଜିତାଙ୍କୁ ବିଜେଡିର କଡା ଜବାବ: ଜାଣନ୍ତୁ କ’ଣ କହିଲେ ମାନସ ମଙ୍ଗରାଜ?

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ଐତିହ୍ୟ ବାଇ-ଲ ସଂକ୍ରାନ୍ତରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କଡା ଜବାବ ଦେଇଛନ୍ତି ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସେ କହିଛନ୍ତି ଯେ, ‘ମୁଁ ଆପଣଙ୍କ ଭଳି ଆଇଏଏସ ଅଫିସର ନୁହେଁ କିମ୍ବା ଗବେଷଣା କରିନି । ୫ ମିନିଟରେ ଜଣେ ବ୍ୟକ୍ତି ଭାରତ ସରକାରଙ୍କ ବିଜ୍ଞପ୍ତିକୁ ବୁଝିପାରିବ । କୋଲକାତାରେ ଥିବା ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ କ୍ଷମତାପ୍ରାପ୍ତ ଅଧିକାରୀ । ଐତିହ୍ୟ ବାଇ-ଲ ପ୍ରସ୍ତୁତିର ସେ ହେଉଛନ୍ତି କ୍ଷମତାପ୍ରାପ୍ତ ଅଧିକାରୀ । ସଂସ୍କୃତି ନିର୍ଦ୍ଦେଶକ ଚିଠା ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି । ଅପରାଜିତା ଷଡଙ୍ଗୀ ଓଡିଶା ସଂସ୍କୃତି ବିଷୟରେ ଅଗବତ ନୁହଁନ୍ତି । ଧାର୍ମିକ ଭାବନା ସହ ଜଡିତ ପ୍ରସଙ୍ଗ ବୁଝିବା ତାଙ୍କ ପକ୍ଷେ କଷ୍ଟକର । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ପ୍ରତାପ ଷଡଙ୍ଗୀ ଏ ପ୍ରସଙ୍ଗକୁ ବୁଝିଛନ୍ତି । ଅପରାଜିତା ଷଡଙ୍ଗୀ ଏଏମଏସଏଆର ଆଇନକୁ ସଠିକ୍ ଭାବେ ପଢି ନାହାନ୍ତି । ଏହି ଆଇନକୁ ପଢି ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ।

Get real time updates directly on you device, subscribe now.