fbpx

ହାଜତ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିକ୍ରିୟା

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ହାଜତ ମୃତ୍ୟୁ ପ୍ରସଙ୍ଗରେ ପ୍ରତିକିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେ କହିଛନ୍ତି ଯେ, ‘ ଏହା ଏକ ଦୁଃଖଦ ଘଟଣା, ଯାହାକୁ ଗୁରୁତ୍ୱର ସହ ବିଚାର କରିବା କଥା । ଏପ୍ରସଙ୍ଗରେ ବିରୋଧୀ ମୁଲତବୀ ନୋଟିସ ଦେଇଛନ୍ତି । କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା ଦାବି କରୁଛନ୍ତି । ଏ ପ୍ରସଙ୍ଗ କୋର୍ଟରେ ବିଚାରଧୀନ ଅଛି । ଏହା ଉପରେ ଆଲୋଚନା ହେଲେ ଘଟଣା ପ୍ରଭାବିତ ହେବା ଆଶଙ୍କା ରହିଛି ।’

ତେବେ ହାଜତ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ, ‘ଗୃହର ସବୁ କାର୍ଯ୍ୟ ବାତିଲ କରି ମୋସନ ଆକାରରେ ଆଲୋଚନା ହେବ ।’

Get real time updates directly on you device, subscribe now.