fbpx

‘ଆନ୍ଦୋଳନ ନାଁରେ ଚାଷୀଙ୍କୁ ଭ୍ରମିତ କରୁଛି ବିଜେଡି’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାଷୀଙ୍କ ପାଇଁ ଉଭୟ ରାଜନୈତିକ ଦଳ ଲଢୁଥିବା ନେଇ ମତ ଦେଉଥିବା ବେଳେ କାଦୁଅ ଫିଙ୍ଗା ରାଜନୀତିର ଅନ୍ତ ଘଟୁନାହିଁ । ବିଜେଡି ଚାଷୀଙ୍କ ପାଇଁ ଏଫ୍ସିଆଇ ଘେରାଉ କରିଥିବା ବେଳେ ମଣ୍ଡି ଅବ୍ୟବସ୍ଥା ଓ ଧାନକିଣା ଦୁର୍ନିୀତିକୁ ନେଇ ବିଜେଡିକୁ ଘେରିଛି ବିଜେପି । ‘ଆନ୍ଦୋଳନ ନାଁରେ ଚାଷୀଙ୍କୁ ଭ୍ରମିତ କରୁଛି ବିଜେଡି’  ଏପରି କହିଛି ବିଜେପି।

FCI ଆଗରେ ବିଜେଡି ଧାରଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି। ମଣ୍ଡି ଅବ୍ୟବସ୍ଥା, ଆଭାବି ବିକ୍ରି, ଟୋକନ ଅବ୍ୟବସ୍ଥା ନେଇ ବିଜେଡିକୁ ସମାଲୋଚନା। ଚାଷୀ ଅସନ୍ତୋଷ ପ୍ରସମୀତ ଲାଗି FCI ଆଗରେ ଧାରଣା ପଳାୟନପନ୍ଥୀ ଭୂମିକା ବୋଲି ବିଜେପି କହିଛି । ବିଜେଡି ଓ ରାଜ୍ୟ ସରକାର ପଲାୟନପନ୍ଥୀ ହେଉଛନ୍ତି। ଧାନର ସର୍ବାନିମ୍ନ ସହାୟକ ମୂଲ୍ୟ, ଆଭାବି ଧାନ ବିକୀ, ଟୋକନ ଅବ୍ୟବସ୍ଥା, କଟନୀ ଛଟନୀ ରହିଛି। ଚାଷୀମାନେ ଚାରିଆଡେ ଆନ୍ଦୋଳନ କଲେ ଖରିପ ଓ ରବି ସମୟରେ। ଚାଷୀ ଅସନ୍ତୋଷ ପ୍ରସମୀତ ଲାଗି FCI ଆଗରେ ଧାରଣା। ବିଜେଡି ଭୁଲ ତଥ୍ୟ ରଖୁଛନ୍ତି। ଧାନ ସଂଗ୍ରହ ରାଜ୍ୟ ସରକାର , କେନ୍ଦ୍ର ସରକାର ଓ FCI ମଧ୍ୟରେ Mou ହୋଇଛି। ରାଜ୍ୟରେ ଏବେ 3ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ବାକି ରହିଛି। ସେପ୍ଟେମ୍ବର ମାସରେ ସବୁ ଚାଉଳ ଉଠିବ। ପର୍ଯ୍ୟାୟକ୍ରମେ ସବୁ ଚାଉଳ ଉଠିବ।

ଧାନ କିଣା, ବିକାରେ ଅନିୟମିତତା ହୋଇଛି। ସିଏଜି ବି ତାର ରିପୋର୍ଟ କରିଛି। ଟଙ୍କା ମଧ୍ୟ ଫେଜ ଆନୁସାରେ ଆସିବ। ସବୁ ଟଙ୍କା କେନ୍ଦ୍ର ଦେବେ। ଗତବର୍ଷ 17ରୁ 18 ଲକ୍ଷ ସରପ୍ଲସ ମେଟ୍ରିକ ଟନ ଚାଉଳ କିଣିଥିଲା FCI। ଟୋକନ କେତେ ଚାଷୀଙ୍କୁ ଦିଆଯାଇଥିଲା। ପଞ୍ଜିକରଣ କରିଥିବା ସବୁ ଚାଷୀ ଧାନ ବିକୁଛନ୍ତି କି ବୋଲି ପ୍ରଶ୍ନ କଲା ବିଜେପି। ମିଲରସ ମାନଙ୍କ ସହ ମଧୁଚନ୍ଦ୍ରିକା ରହିଛି। ମିଲରମାନଙ୍କ ମାଧ୍ୟମରେ ପ୍ରତିବର୍ଷ 500 କୋଟି ଲୁଟ କରୁଛନ୍ତି ରାଜ୍ୟ ସରକାର। ମିଲରମାନେ ଧାନ ଉଠାଇନଥିବାରୁ ଚାଷୀଙ୍କ ଟୋକନ ଲେପସ ହୋଇଛି। ଏହି ପ୍ରେସ ମିଟରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.