fbpx

ବିଜେପି ଘୋଷଣା କଲା ସଂକଳ୍ପ ପତ୍ର, କ୍ଷମତାକୁ ଆସିଲେ ମିଳିବ ୨୦ଲକ୍ଷ ଚାକିରୀ

ଅହମଦାବାଦ: ଗୁଜୁରାଟ ପାଇଁ ବିଜେପି ନିଜର ସଂକଳ୍ପ ପତ୍ର ଜାରି କରିଛି । ଗୁଜୁରାଟ ୨୦୨୨ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଜେପି ସଂକଳ୍ପ ପତ୍ର ଜାରି ରଖିଛି । ଏହି ମୌକାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଗୁଜୁରାଟ ହେଉଛି ଏକ ଆଲୋକିତ କରିବା ରାଷ୍ଟ୍ର ଏବଂ ଏହା ସନ୍ଥ ମାନଙ୍କର ଭୂମି । ନୂଆ ସଂକଳ୍ପ ସହିତ ଗୁଜୁରାଟର ବିକାଶ କରାଯିବ । ବିଜେପି ସରକାର ସମ୍ଭିଧାନ ଅନୁସାରେ ଚାଲିବା ସହ କରିଥିବା ପ୍ରତିଜ୍ଞାକୁ ପାଳନ କରିଥାଏ ।

ବିଜେପିର ସଂକଳ୍ପ ପତ୍ର ଜାରି କରିବା ଅନୁସାରେ, ଆଗାମୀ ୫ବର୍ଷ ମଧ୍ୟରେ ଗୁଜୁରାଟର ଯୁବପିଢିଙ୍କୁ ୨୦ଲକ୍ଷ ପଦବୀ ଚାକିରୀ ପାଇଁ ଦିଆଯିବ । ୧୦,୦୦୦ କୋଟି ଟଙ୍କା ବଜେଟରେ ୨୦ ହଜାର ସରକାରୀ ବିଦ୍ୟାଳୟକୁ ସ୍କୁଲ ଅଫ ଏକ୍ସିଲେନ୍ସରେ ପରିବର୍ତ୍ତନ କରାଯିବ । ୩ଟି ସିଭିଲ ମେଡିସିଟି, ୨ଟି ଏମ୍ସ ସଂସ୍ଥା ସ୍ତରରେ ସ୍ଥାପନ କରାଯିବ ଏବଂ ହସପିଟାଲ ତିଆରି କରାଯିବ ।

ସିଏଚସି ଏବଂ ପିଏଚସିର ଭିତ୍ତିଭୂମିକୁ ବିକାଶ କରିବା ପାଇଁ ୧୦,୦୦୦ କୋଟି ଟଙ୍କା ମହାରାଜା ଶ୍ରୀ ଭଗବାନ ସିଂହଙ୍କ ସ୍ୱାସ୍ଥ୍ୟକୋଷ ପ୍ରତିଷ୍ଠା କରାଯିବ । ଘୋଷଣା ମନ୍ତ୍ର ଅନୁସାରେ, ୨୦୩୬ମସିହାର ଅଲମ୍ପିକ ଖେଳ ପାଇଁ ମିଶନ ଆରମ୍ଭ ହେବ ଏବଂ ବିଶ୍ୱସ୍ତରୀୟ ଖେଳ ଭିତ୍ତିଭୂମି ପ୍ରତିଷ୍ଠା କରାଯିବ । ଏହା ନିଶ୍ଚିତ ଯେ, ଗୁଜୁରାଟରେ ସବୁ ନାଗରିକଙ୍କ ପାଖେ ପକ୍କା ଘର ଅଛି । ଏହିପରି ଭାବେ ବିଜେପି ନିଜର ସଙ୍କଳ୍ପ ପତ୍ର ଜାରି କରିଛି ।

Get real time updates directly on you device, subscribe now.