fbpx

ଫେରିଲେ ପ୍ରଦୀପ; ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ରାଜନୈତିକ ମହଲ ସରଗରମ ରହିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ତାଙ୍କର ନାମାନଙ୍କ ପତ୍ର ଭରିବାକୁ ଯାଇ ନାମାଙ୍କନ ନ ଭରି ଫେରି ଆସିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଭରିବାକୁ ବାହାରିଥିବା ପ୍ରଦୀପ ପୁରୋହିତ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଫେରି ଆସିଛନ୍ତି । ଜନସମାଙ୍ଗକୁ ଦେଖି ଏହା ସମ୍ପୁ୍‌ର୍ଣ୍ଣ ଭାବରେ ଜଣାପଡୁଥିଲା ଯେ ପଦ୍ମପୁରବାସୀ ବହୁ ମାତ୍ରାରେ ପ୍ରଦୀପଙ୍କ ଉପରେ ଆଶାବାନ୍ଧିଛନ୍ତି । ପ୍ରଦୀପ ବିଜୟ ହେଲେ ପଦ୍ମପୁରବାସୀଙ୍କ ସମସ୍ୟା ଦୂର ହେବ ବୋଲି ମଧ୍ୟ ସେମାନେ ଆଶା ବାନ୍ଧିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରଦୀପ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ କିନ୍ତୁ ପ୍ରଦୀପ ନାମାଙ୍କନ ଦାଖଲ ନ କରି ଫେରି ଆସିଛନ୍ତି। ରାଜ୍ୟ ସରକାର ଚାଷୀ ମାନଙ୍କ କଥା ନ ଶୁଣୁଥିବାରୁ ସେ ନାମାଙ୍କନ ନ ଭରି ଫେରି ଆସିଛନ୍ତି ।

ପଦ୍ମପୁର ଆସନ ହାତେଇବା ପାଇଁ ବିଜେପି ତାର ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିଜେଡି କେବଳ ସୂଚନା ଦେଇଛି ଯେ ଆସନ୍ତା ୧୬ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯିବ । ଏଯାବତ ବିଜେଡି ତାର ପ୍ରାର୍ଥୀ ନାମ ଘୋଷଣା କରି ନାହିଁ । ସେପଟେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଥିଲେ । କିଭଳି ସୁରୁଖୁରରେ ନିର୍ବାଚନ ଅନୁଷ୍ଠିତ ହେବ ତାହାକୁ ନେଇ ଆଜି ଆଲୋଚନା କରାଯିବା ସହ ମତଦାନ ସମୟ କୁ ହ୍ରାସ କରା ଯାଇଛି । ଭୋଟିଂ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ହେବ । ପଦ୍ମପୁର ଉପନିର୍ବାଚନ ପାଇଁ ସିଇଓ ଡ଼ାକିଥିବା ସର୍ବଦଳୀୟ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ରାଜନୈତିକ ଦଳ । ସେପଟେ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଦାବି କରିଛନ୍ତି ।

ଦେଖିବାକୁ ଗଲେ ଧାମନଗରରେ ବିଜେଡିର ପରାଜୟ ଆଉ ବିଜେପିର ବାଜିମାତ ଏବେ ପଦ୍ମପୁର ଉପନିର୍ବାଚନକୁ ଟିକିଏ ଅଧିକ ରୋମାଞ୍ଚକଚ କରିଛି । ବର୍ତ୍ତମାନ ସବୁ ରାଜନୈତିକ ପଣ୍ଡିତ ମାନଙ୍କର ନଜର ରହିଛି ଏହି ଉପନିର୍ବାଚନ ଉପରେ । କାରଣ ପଦ୍ମପୁରକୁ ନେଇ ଅନେକ ସମସ୍ୟା ରହିଛି ଏଥିରେ ଆମେ ଶସ୍ୟ ତଥା ଫସଲ ବିମା ଯୋଜନା ହେଉ ଅବା ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଆଉ ରାଜ୍ୟ ଦୁହେଁ ଦୁହିଁଙ୍କ ଉପରେ ଦୋଷ ଲଦା ଲଦି ହେଉଛନ୍ତି । କେନ୍ଦ୍ର ସରକାର ୨୦୧୬ ରୁ ଫସଲ ବିମା ଯୋଜନା ଲାଗୁ କରିଲେଣି କିନ୍ତୁ ଏହାର ଉପଯୁକ୍ତ ଲାଭ ଉଠାଇବାରେ ରାଜ୍ୟର ଚାଷୀ ମାନେ ଅସମର୍ଥ ହୋଇଛନ୍ତି । ଯାହାକୁ ନେଇ ଏବେ ପଦ୍ମପୁର ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି ।

ତେବେ ଉପନିର୍ବାଚନକୁ ନେଇ ଏବେ ବିଜେପି ଅଧିକ ସକ୍ରିୟ ହୋଇ ଉଠିଛି ଯେଉଁଠାରେ ବିଜେଡି ତାର ଜିତିବା ରେର୍କଡକୁ ପୁଣି ଦୋହରାଇବାକୁ ସବୁ ଉଦ୍ୟମ ଲଗାଉଛି । ଉପନିର୍ବାଚନ ପାଇଁ ମ୍ୟାପ ପ୍ରସ୍ତୁତ ସରିଲାଣି  ବିଜେଡି। ବିଜୟ ସିଂ ବରିହାଙ୍କ ଝିଅ ବର୍ଷ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ ଭରିପାରନ୍ତି। ତେବେ ବର୍ତ୍ତମାନର ସ୍ଥିତି ଦେଖି ଯାହା ଲାଗୁଛି ଧାମନଗର ଭଳି ପଦ୍ମପୁରରେ ମଧ୍ୟ ମହାମୁକାବିଲା ହେବ । ବିଜେଡି ତାର ସବୁ କଳ୍ପନା ଜଳ୍ପନା ହଟେଇ ବର୍ଷାଙ୍କୁ ପ୍ରାର୍ଥୀ କରିଛି । ବର୍ତ୍ତମାନ ଏହି ମହା ଲଢ଼େଇ ପାଇଁ ତିନି ପ୍ରମୁଖ ଦଳର ତିନି ପ୍ରାର୍ଥୀ ଯଥା ବିଜେଡିରୁ ବର୍ଷା ବରିହା,ବିଜେପିରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ଭିତରେ ଫାଇଟ ଦମଦାର ହେବାୁ ଯାଉଛି ।

Get real time updates directly on you device, subscribe now.