fbpx

ରାଜ୍ୟସଭା ଉପ-ନିର୍ବାଚନ: ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବ ବିଜେପି

ନୂଆଦିଲ୍ଲୀ: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚେଷ୍ଟା ଚାଲିଛି। ତାଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ବିଜେପି ବର୍ତ୍ତମାନ ତାଙ୍କୁ ରାଜ୍ୟସଭା ପଠାଇବାକୁ କସରତ ଆରମ୍ଭ କରିଦେଇଛି । ଏଥିପାଇଁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବଙ୍କୁ ରାଜ୍ୟସଭା ଉପ-ନିର୍ବାଚନରେ ​​ପ୍ରାର୍ଥୀ ଘୋଷଣା କରିଛି। ନିକଟରେ ବିଜେପି ବିପ୍ଲବ କୁମାର ଦେବଙ୍କୁ ହରିୟାଣା ରାଜ୍ୟ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରିଛି।

ତେବେ ଏନେଇ ବିପ୍ଳବ କୁମାର ଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପି ସଭାପତି ଜେପି ନଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହରିୟାଣାର ପ୍ରଭାରୀ ଦାୟିତ୍ୱ ଏବଂ ରାଜ୍ୟସଭା ଉପ-ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଦଳର ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଜଣାଇବା ବେଳେ ବିପ୍ଲବ କୁମାର ଦେବ କହିଛନ୍ତି ଯେ, ମୁଁ ତ୍ରିପୁରା ଏବଂ ଏହାର ଲୋକଙ୍କ ବିକାଶ ତଥା କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୃତି ବଦ୍ଧ।

ଆପଣଙ୍କୁ କହିରଖୁଛୁ ଯେ, ପଚାଶ ବର୍ଷୀୟ ବିପ୍ଲବ କୁମାର ଦେବଙ୍କୁ ବିଜେପି ଗତ ମେ ୧୪ ତାରିଖରୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ତ୍ରିପୁରାରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି ଭାବେ ଚୟନ କରିଥିଲା । ସାହା ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିପୁରାର ରାଜ୍ୟସଭା ଆସନ ଖାଲି ପଡିଥିଲା। ଯେଉଁଥିପାଇଁ ବର୍ତ୍ତମାନ ୨୨ ସେପ୍ଟେମ୍ବରରୁ ନିର୍ବାଚନ ଅନୁଷ୍ଠିତ ହେବ | ଅନ୍ୟପକ୍ଷେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ବିପ୍ଲବ ଦେବ ରାଜ୍ୟସଭାକୁ ଯିବା ପ୍ରାୟ ନିଶ୍ଚିତ।

Get real time updates directly on you device, subscribe now.