fbpx

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ଏବଂ ବିଜେପି ନେତା ବୈଜୟନ୍ତ ପଣ୍ଡା ଶୁକ୍ରବାର ସାଇକ୍ଲୋନ ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିଛନ୍ତି। ଏହି ଦୁଇ ନେତା ହେଲିକପ୍ଟରରେ ବାଲେଶ୍ୱର ଚାନ୍ଦିପୁର ଏବଂ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିଛନ୍ତି । ଏହା ସହ ସ୍ଥାନୀୟ ଅଞ୍ଚଳରେ ବାତ୍ୟା କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ପରେ, ସେମାନେ ଚାନ୍ଦିପୁରର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ହେଲିକପ୍ଟରରୁ ଓହ୍ଲାଇ ପାଦ ଚାଲି ଏହି ଅଞ୍ଚଳର ସର୍ଭେ କରିଥିଲେ। ବନ୍ୟାରେ ପ୍ରଭାବିତ ଲୋକଙ୍କ ସହ ସେମାନେ କଥାବାର୍ତ୍ତା ମଧ୍ୟ କରିଥିଲେ। ପୂର୍ବରୁ ଗୁରୁବାର ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସର୍ଭେ କରିଥିଲେ।

Get real time updates directly on you device, subscribe now.