fbpx

ବିଜେପି ନେତାଙ୍କ ହତ୍ୟା ଘଟଣା: ଆଜି ମାହାଙ୍ଗା ଯିବେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୧ (ଓଡିଶା ଭାସ୍କର): ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗା ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ଧର୍ମେନ୍ଦ୍ର ମୃତକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଯୋଗ୍ୟ ଯେ, ଗତ ୨ ତାରିଖ ବିଳମ୍ବିତ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଜି ମାହାଙ୍ଗା ଗସ୍ତ କରି କୁଳମଣିଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେ । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ୫ ଜଣିଆ ଟିମ୍ ଗଠନ କରିଥିଲା । ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.