fbpx

ପଦ୍ମପୁରରେ ଜିତିଲେ ବର୍ଷା ସିଂ ବରିହା, ନିର୍ବାଚନରେ ବୋହୂକୁ ବ୍ୟକ୍ତିଗତ ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଲେ ରମାରଞ୍ଜନ ବଳିଆରସିଂହ

ବରଗଡ଼: ପଦ୍ମପୁରରେ ବିରୋଧୀଙ୍କୁ ଚକମା ଦେଇ ବୃହତ ବ୍ୟବଧାନରେ ବିଜୟୀ ହୋଇଛି ସରକାରୀ ଦଳ। ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ତାଙ୍କ ପଛକୁ ବିଜେପି ପ୍ରାର୍ଥି ପ୍ରଦୀପ ପୂରୋହିତ ୬୮୮୮୭ ଖଣ୍ଡ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହାରି ମଧ୍ୟରେ ବୋହୁ ବର୍ଷାଙ୍କ ବିଜୟ ସମୟରେ ନିଜ ଦଳ ବିଜେପି ଉପରେ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରମାରଞ୍ଜନ ବଳିଆରସିଂ। ପଦ୍ମପୁର ନିର୍ବାଚନୀ ପ୍ରଚାରରେ ବୋହୁ ବର୍ଷାଙ୍କ ପ୍ରତି ଦିଆଯାଇଥିବା ନାନା ପ୍ରକାର ଅରୁଚିକର ମନ୍ତବ୍ୟ ନେଇ ନିଜ ଦଳର ନେତା ମାନଙ୍କ ଉପରେ କ୍ଷୋବ ପ୍ରକାଶ କରିଛନ୍ତି ରମାରଞ୍ଜନ।

ଆଜି ଭୋଟ୍ ଗଣତି ଆରମ୍ଭ ହେବା ପରେ ପ୍ରଥମ ରାଉଣ୍ଡରୁ ହିଁ ଆଗରେ ରହିଥିଲେ। ବୋହୁ ବର୍ଷା ବିଜୟ ଆଡ଼କୁ ଆଗେଇ ଚାଲିଥିବା ସମୟରେ ରମାରଞ୍ଜନ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିଲେ। ଏହି ସମୟରେ ବର୍ଷାଙ୍କ ପ୍ରତି ନିର୍ବାଚନ ପ୍ରଚାର ସମୟରେ ବ୍ୟକ୍ତିଗତ ଭାବେ କରାଯାଇଥିବା ଆକ୍ଷେପକୁ ସେ ନିନ୍ଦା କରିଥିଲେ। ନିଜର ଦଳର କୌଣିସ ନେତାଙ୍କ ନାମ ନନେଇ ପଦ୍ମପୁର ନିର୍ବାଚନୀ ପ୍ରଚାର ମଇଦାନରେ ବିଜେପି ଯେପରି ତାଙ୍କ ବୋହୁ ବର୍ଷା ପ୍ରତି ଅରୁଚିକର ମନ୍ତବ୍ୟ ରଖିଥିଲା ତାହା ତାଙ୍କୁ ଏବଂ ସତ୍ୟବାଦୀର ଜନତାଙ୍କୁ କଷ୍ଟ ଦେଇଥିବା ରମାରଞ୍ଜନ କହିଥିଲେ।

ତେବେ ‘ବିଜେପି ବ୍ୟକ୍ତଗତ ଭାବେ ବର୍ଷାଙ୍କୁ ଆକ୍ଷେପ କରି କେବଳ ବର୍ଷଙ୍କୁ ନୁହେଁ, ଏହା ସହିତ ସତ୍ୟବାଦୀର ମାଟି ଏବଂ ଏହାର ଜନତାଙ୍କୁ ମଧ୍ୟ ଅପମାନିତ କରିଥିବା ରମାରଞ୍ଜନ କହିଛନ୍ତି। ଏହା ସହିତ ବର୍ଷାଙ୍କୁ ଯେଉଁଭଳି ଆକ୍ଷେପ କରାଗଲା ସେଥି ପାଇଁ ସେ, ବ୍ୟକ୍ତିଗତ ଭାବେ କଷ୍ଟ ପାଇଛନ୍ତି, ଏହା ତାଙ୍କୁ ଦୁଖଃ ଦେଇଛି ଏବଂ ଏଥି ପାଇଁ ସେ ମର୍ମାହତ ବୋଲି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

Get real time updates directly on you device, subscribe now.