ବିଜେପି ନେତାଙ୍କ ଉପରକୁ ଗୁଳି ମାଡ଼ ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବାପରେ ମୃତ ଘୋଷଣା କଲେ ଡାକ୍ତର 

ଭୁବନେଶ୍ୱର :ବ୍ରହ୍ମପୁରରେ ଗୁଳିମାଡ । ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିମାଡ । ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗରରେ ଗୁଳିମାଡ କରାଯାଇଛି । ଗୁଳିମାଡରେ ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାମୁତାବକ ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ବାହାରେ ୨ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଏକ ବାଇକରେ ଆସି ୨ ଦୁର୍ବୃତ୍ତ ଫେରାର ହୋଇଯାଉଥିବା ସ୍ଥାନୀୟ ଲୋକେ ଦେଖିଥିବା ସୂଚନା ଦେଇଛନ୍ତି। ଅନ୍ୟପଟେ ଗୁଳିମାଡ ପରେ ପୁଲିସ ଘଟଣାର ତଦନ୍ତ କରୁଛି।