fbpx

ବିଜେପି ନେତାଙ୍କୁ କାର ଡିକିରେ ଜାଳିଦେଇ ଦୁର୍ବୃତ୍ତ ଫେରାର୍, ଦେଖନ୍ତୁ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ତେଲେଙ୍ଗାନାର ମେଡକରେ କିଛି ଅଜଣା ବ୍ୟକ୍ତି ସ୍ଥାନୀୟ ବିଜେପି ନେତା ଶ୍ରୀନିବାସ ପ୍ରସାଦଙ୍କୁ ତାଙ୍କ କାରର ଡିକିରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଏପରି କରିବା ଦ୍ୱାରା ବିଜେପି ନେତାଙ୍କର ମୃତ୍ୟୁ ହୋଇଛି । ଏପରି କାରନାମା ଘଟାଇବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି । ସ୍ଥାନୀୟ ବିଜେପି ନେତାଙ୍କ କାରରେ କିଛି ଲୋକ ନିଆଁ ଲଗାଇ ଦେଇଥିବା ମେଡକର ପୋଲିସ ଅଧୀକ୍ଷକ ଚାନ୍ଦନା ଦୀପ୍ତି ସୂଚନା ଦେଇଥିଲେ ।

ତେବେ ପୋଲିସ ନେତାଙ୍କ ମୃତଦେହକୁ କାରର ଡିକିରୁ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରୁ କାର ଓ ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି । ଏହି ଘଟଣା ଯୋଗୁଁ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବିଜେପି ନେତାମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।

 

 

Get real time updates directly on you device, subscribe now.