fbpx

ବିଧାନସଭାରେ ବିଜେପି ବିଧାୟକ ଗଞ୍ଜେଇ ଖାଇବା ଭିଡ଼ିଓ ହେଲା ଭାଇରଲ ;ଦେଖନ୍ତୁ ଭିଡ଼ିଓ …

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøର ବିଧାନସଭାର ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତ୍ୟେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ବିଧାନସଭା ଏକ ମନ୍ଦିର ହୋଇଥିବା ବେଳେ ସେଠାରେ ବିଧାୟକ ମାନେ ଯେଉଁ ହରକତ କରୁଛନ୍ତି ତାହା ବାସ୍ତବରେ ନିନ୍ଦନୀୟ । କିଛି ଦିନ ତଳେ ଯୋଗୀ ସରକାର ଗୃହ କେବଳ ମହିଳା ମାନଙ୍କ ଦ୍ୱାରା ଚଳାଇବାକୁ ଦେଇଥିବାର ଦେଖିବାକୁ ମିଳିଥିବା ବେଳେ ଏହା ବାସ୍ତବରେ ଏକ ରୋଲ ମଡେଲ ହୋଇ ପାରିଥିଲା । କିନ୍ତୁ ଆଜି ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଦେଖି ଲାଗୁଛି ଯେଭଳି ଏହା ଗୃହର ଗାରିମାକୁ କ୍ଷୁର୍ଣ୍ଣ କରୁଛି ।

ଭିଡିଓଡିକୁ ସପା ତାର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଏଥିରେ ବିଜେପି ବିଧାୟକ ଆରମରେ ବସି ମୋବାଇ ଫୋନରେ ଗେମ ଖେଳୁଥିବା ବେଳେ । ଆଉ ଜଣେ ବିଧାୟକ ତମାଖୁ ଖାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସମାଜବାଦୀ ପାର୍ଟି ଲେଖିଛି ଯେ ଏହି ବିଧାୟକ ମାନଙ୍କ ପାଖରେ କୌଣସି ଲୋକମାନଙ୍କ ସମସ୍ୟାକୁ ଉପସ୍ଥାପନା କରିବାକୁ ସମୟ ଥାଉ ଅବା ନଥାଉ ମୋବାଇଲେ ଭିଡିଓ ଗେମ ଆଉ ଗଞ୍ଜେଇ ଖାଇବାକୁ ପର୍ଯ୍ୟାପ୍ତ ସମୟ ଅଛି । ସେମାନେ ତାଙ୍କର ମନୋରଞ୍ଜନ କରିବା ପାଇଁ ତାଙ୍କର ସବୁ ରାସ୍ତା ଠିକ କରି ଦେଇଛନ୍ତି । ଯାହାକି ବାସ୍ତବରେ ବହୁତ ନିନ୍ଦନୀୟ କାର୍ଯ୍ୟ ଅଟେ ।

ତେବେ ଏହି ଭିଡିଓରେ ନଜର ଆସିବା ଦୁଇ ବିଧାୟକ ବିଜେପିର ଅଟନ୍ତି । ଯିଏ ମୋବାଇଲେ ଗେମ ଖେଳୁଛନ୍ତି ସେ ରାକେଶ ଗୋସ୍ୱାମୀ ଏବଂ ଯିଏ ତମାଖୁ ଖାଉଛନ୍ତି ଯେ ରବି ଶର୍ମା ଅଟନ୍ତି ।
ସୂଚନାମୁତାବକ ଏହି ଦୃଶ୍ୟ ୨୨ ସେପ୍ଟେମ୍ବରର ହୋଇଥିବା ବେଳେ ଏହାକୁ କିଏ ରେକର୍ଡ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।ତେବେ ଏହି ଭିଡିଓକୁ ଆଧାର କରି ସପା ବିଜେପି ଉପରେ ଲାଞ୍ଝନା ଲଗାଇଥିବା ବେଳେ ଗୃହର ଅପମାନ ହୋଇଥିବାର କହିଛି ।

Get real time updates directly on you device, subscribe now.