fbpx

ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିଓ

କୋଲକାତା: ଟିଏମସିରେ ସାମିଲ ହୋଇଛନ୍ତି ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି । ଗତମାସରେ ହଠାତ୍ ସେ ବିଜେପି ଦଳରୁ ଇସ୍ତଫା ଦେଇଥିଲେ ଓ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ । ଆଉ ଆଜି ସେ ଟିଏମସିରେ ସାମିଲ ହୋଇଛନ୍ତି ଓ ରାଜନୀତିରେ ସାମିଲ ହୋଇଛନ୍ତି ।

ଦଳରେ ସାମିଲ ହେବା କଥା ନେଇ ଟିଏମସି ପକ୍ଷରୁ ବୟାନ ଜାରି କରି ସୂଚନା ଦିଆଯାଇଛି । ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀ ଓ ରାଜ୍ୟସଭା ସାଂସଦ ଡେରେକ୍ ଓ ବ୍ରାୟନ୍ ଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିଓ ଟିଏମସିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.