fbpx

ପୁଣି ବିବାଦରେ ବିଜେପି ସାଂସଦଙ୍କ ବୟାନ: କହିଲେ ‘କିଛି ଲୋକଙ୍କ ରକ୍ତରେ…

ଫିରୋଜାବାଦ: ଭାରତୀୟ ଜନତା ପାର୍ଟିର ସାଂସଦ ସାକ୍ଷୀ ମହାରାଜ, ଯିଏକି ତାଙ୍କ ବିବୃତ୍ତି ସହିତ ବାରମ୍ବାର ଆଲୋଚନା କେନ୍ଦ୍ର ବିନ୍ଦୁ ପାଲଟନ୍ତି ସେ ପୁଣି , ଶ୍ରଦ୍ଧା ହତ୍ୟା ମାମଲା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସାଂସଦ ସାକ୍ଷୀ ମହାରାଜଙ୍କ ଏହି ବିବୃତ୍ତି ସହିତ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । ବୁଧବାର ସେ କହିଛନ୍ତି ଯେ ହିନ୍ଦୁ ଝିଅ ମାନଙ୍କୁ ହିଂସା ଏବଂ ଅପରାଧିକ ମାନସିକତାରୁ ସାବଧାନ ରହିବା ଆବଶ୍ୟକ । ସେ କହିଛନ୍ତି ଯେ ‘ହିଂସା କିଛି ଲୋକଙ୍କ ରକ୍ତରେ ଅଛି’। ତାଙ୍କ ବିବୃତ୍ତି ଶ୍ରଦ୍ଧା ହତ୍ୟା ମାମଲା ସହ ଜଡିତ ଅଛି।

ଦ ହିନ୍ଦୁ ସୂଚନାଅନୁଯାୟୀ, ଉନ୍ନାଓର ଲୋକସଭା ସାଂସଦ କହିଛନ୍ତି ଯେ ହିନ୍ଦୁ ଝିଅ ମାନଙ୍କ ମନରୁ ଏ ଧାରଣା ଦୂର ହେବା ଆବଶ୍ୟକ ଯେ ‘ମୋର ଅବଦୁଲ ଏହିପରି ନୁହେଁ’ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବାର କାମ କରନ୍ତି ସେମାନେ ନିଜକ ସଂସ୍କାର କେବେ ପରିବର୍ତ୍ତନ କରିବେ ନାହିଁ। ସେ କହିଛନ୍ତି ଯେ କିଛି ଲୋକଙ୍କ ରକ୍ତରେ ହିଂସା ଉପସ୍ଥିତ ଅଛି, ସେମାନେ ଏଥିରୁ କେବେବି ଦୂରେଇ ରହିବେ ନାହିଁ।

ସୂଚନାମୁତାବକ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଯାଇଥିବା ଫିରୋଜାବାଦରେ ବିଜେପି ସାଂସଦ ଏହି ଭାଷଣ ଦେଇଥିଲେ। ସାକ୍ଷୀ ମହାରାଜ ବର୍ତ୍ତମାନ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହା ସହିତ ତାଙ୍କୁ ବିଜେପିର ହିନ୍ଦୁତ୍ୱ ଚେହେରା ଭାବେ ବିବେଚନା କରାଯାଏ।

ନିକଟରେ ତାଙ୍କର ଏକ ବିବୃତ୍ତି ବହୁତ ହଇଚଇ ସୃଷ୍ଟି କରିଥିଲା। ଧର୍ମକୁ ସୁରକ୍ଷା ଦେବା ପାଇଁ ହିନ୍ଦୁ ମହିଳାମାନେ ଅତି କମରେ ଚାରି ସନ୍ତାନ ଜନ୍ମ ଦେବା ଉଚିତ ବୋଲି ସେ କହିଥିଲେ । ଏବଂ ୨୦୧୫ ମସିହାରେ, ଅଖଲାକ ହତ୍ୟା ମାମଲାରେ ସେ ଘୋଷଣା କରିଥିଲେ ଯେ ‘ଆମ ମା ଗୋ ମାତାର ସୁରକ୍ଷା ପାଇଁ ଆମେ ମାରିବା ଏବଂ ମରିବାକୁ ପ୍ରସ୍ତୁତ’।

 

Get real time updates directly on you device, subscribe now.