fbpx

ଭୁପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭୁପେନ୍ଦ୍ର ପଟେଲ। ବିଜୟ ରୁପାନିଙ୍କ ଇସ୍ତଫାର ଗୋଟିଏ ଦିନ ପରେ ଭୁପେନ୍ଦ୍ରଙ୍କ ନାମ ଘୋସଣା କରିଛି ବିଜେପି। ପେସାରେ ଇଞ୍ଜିନିଅର ଥିବା ଭୁପେନ୍ଦ୍ର ଘାଟିଲଦିଆରୁ ବିଧାୟକ ଅଛନ୍ତି। ଏହା ପୂର୍ବରୁ ସେ ଗୁଜରାଟରେ ବିଜେପି ପ୍ରଭାରୀ ଦାୟିତ୍ୱ ନେଇଥିଲେ।

ସଂଘ ସୂତ୍ର ଅନୁସାରେ ଅଗଷ୍ଟ ୨୮-୨୯ ତାରିଖରେ ହୋଇଥିବା ଏହି ଗୋପନ ବୈଠକରେ ଭାଗବତ ରୂପାନୀଙ୍କୁ ସ୍ପଷ୍ଟ ଭାବେ କହିଦେଇଥିଲେ ଯେ, କରୋନା କାଳରେ ରାଜ୍ୟର ଛବିକୁ ଖୁବ କ୍ଷତି ପହଞ୍ଚିଛି । କେବଳ ସେତିକି ନୁହେଁ, ବିଗତ ନିର୍ବାଚନରେ ବି ବିଜେପି ୯୯ ସଂଖ୍ୟାକୁ କଷ୍ଟେମଷ୍ଟେ ଛୁଇଁଥିଲା । ଉଭୟ କଥାର ପ୍ରଭାବ ରାଜ୍ୟର ଜନତାଙ୍କ ଉପରେ ଗଭୀର ଭାବେ ପଡ଼ିଛି । ସେ ଯେତେ ଦିନ ପଦରେ ରହିଥିବେ, ଜନତାଙ୍କ ଅସନ୍ତୋଷ ସେତିକି ଗଭୀର ହୋଇ ଚାଲିବ । ତେଣୁ ତାଙ୍କୁ ସେପ୍ଟେମ୍ବରରେ ହେବାକୁ ଥିବା ଆରଏସଏସର ବୈଠକ ପୂର୍ବରୁ ଇସ୍ତଫା ଦେବାକୁ ପଡ଼ିବ । ଏହା ପରେ ରୂପାନି ଏହି ପଦକ୍ଷେପ ନେଇଛନ୍ତି । ଏହା ପରେ ରୂପାନୀ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.