fbpx

ବିଜେପିର ୭ ଜଣିିଆ ପରିଚଳନା କମିଟି ଘୋଷଣା: ଜାଣନ୍ତୁ କିଏ ରହିଛନ୍ତି ସଦସ୍ୟ

ଭୁବନେଶ୍ୱର: ବିଜେପିର ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବିଜେପିର କମିଟି ଘୋଷଣା । ଏକ ୭ ଜଣିଆ ପରିଚାଳନା କମିଟି ଘୋଷଣା କଲା ବିଜେପି । ପରିଚାଳନା କମିଟି ଘୋଷଣା କଲେ ରାଜ୍ୟ ସଭାପତି ସମୀର ମହାନ୍ତି । କମିଟିରେ ଜୁଏଲ ଓରାମ, ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର, ମୋହନ ମାଝୀ, ଅନିତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଶଙ୍କର ପରିଡ଼ା ସଦସ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

Get real time updates directly on you device, subscribe now.