fbpx

ପ୍ରତି ସେକେଣ୍ଡରେ ପୃଥିବୀ ଆକାରରେ ବଢ଼ୁଛି ଏହି ବ୍ଲାକ ହୋଲ୍‌: ଆସିପାରେ ବିପଦ, ଦେଖନ୍ତୁ Video

ରହସ୍ୟରେ ଭରିରହିଥିବା ଆମର ଏହି ବ୍ରହା୍ମଣ୍ଡରେ ସବୁବେଳେ କିଛି ନା କିଛି ତଥ୍ୟ ଗବେଷକମାନେ ସାମ୍ନାକୁ ଆଣିଥାନ୍ତି । ଏବେ ଗବେଷକମାନେ ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି, ତାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବ । ଏକ ଅନ୍ତରାଷ୍ଟ୍ରୀୟ ଗବେଷକ ଦଳ ଗବେଷଣା କରି କହିଛନ୍ତି ଯେ, ପ୍ରତି ସେକେଣ୍ଡରେ ପୃଥିବୀ ଆକାରର ବୃଦ୍ଧି ପାଉଥିବା ଏକ ବ୍ଲାକ ହୋଲକୁ ଖୋଜି ବାହାର କରାଯାଇଛି । ଏହି ବିଶାଳ ବ୍ଲାକହୋଲ୍ ସୂର୍ଯ୍ୟଠାରୁ ୩ ଆରବ ଗୁଣ ଅଧିକ । ଏହି ବ୍ଲାକହୋଲଟି ଯଦି ଏଭଳି ବୃଦ୍ଧି ପାଏ, ପରବର୍ତ୍ତୀ ମୁହୁର୍ତ୍ତରେ ଏହା ପୃଥିବୀ ପାଇଁ ବିପଦ ସୃଷ୍ଟି କରିପାରେ ।

ଆକାଶଗଙ୍ଗା ଠାରୁ ୭ ହଜାର ଗୁଣା ଅଧିକ
ଅଷ୍ଟ୍ରେଲିୟନ୍ ନ୍ୟାସନାଲ ୟୁନିଭର୍ସିଟିର ପ୍ରମୁଖ ଗବେଷକ କ୍ରିଷ୍ଟୋଫର ଓନକେନ୍ କହିଛନ୍ତି, ଆମେ ଜାଣିବାକୁ ଚାହୁଁଛୁ ଯେ, ଏହା କେଉଁଥିପାଇଁ ଅଲଗା? ସେ କହିଛନ୍ତି ଯେ, ଦୁଇଟି ଆକାଶଗଙ୍ଗା ଏକାଠି ମୁହାଁମୁହିଁ ହୋଇଥାଇପାରନ୍ତି । ଫଳରେ ଏଭଳି ପରିସ୍ଥିତିରେ ଉଭୟ ବ୍ଲାକହୋଲ୍ ନିଜ ଭିତରେ ଫିଟ୍ ହେବା ପାଇଁ ଅନେକ ଜିନିଷ ପାଇଥିବେ । ବ୍ଲାକହୋଲର ପୃଷ୍ଠରେ ପଦାର୍ଥର ଦ୍ରୁତ ଘୁର୍ଣ୍ଣନ ହେତୁ ଏହାର କେନ୍ଦ୍ର ଅତ୍ୟନ୍ତ ଉଜ୍ଜ୍ୱଳ ହୋଇଥିବ । ଆକାଶଗଙ୍ଗା ତୁଳନାରେ ଏହାର ଆଲୋକ ୭ହଜାର ଗୁଣା ଅଧିକ ।

ଏହି କ୍ୱାସରର ନାମ SMSS J114447.77- 430859.3 । ଯେତେବେଳେ ପୃଥିବୀରୁ କ୍ୱାସର ଦେଖାଯାଏ, ତାହା ଚମକ ୧୪.୫ ମ୍ୟୁଗ୍ନିଡ୍ୟୁଡ୍ ରହିଥାଏ, ଯାହା ପ୍ଲାଟୋଠାରୁ ସାମାନ୍ୟ ଉଜ୍ଜ୍ୱଳ କରିଥାଏ । ଅନ୍ଧାର ଅଂଚଳରୁ ବାଇନୋକୁଲାର ମାଧ୍ୟମରେ ଏହା ଦେଖାଯାଏ । ଗବେଷକମାନେ ଏହାକୁ ଦୀର୍ଘ ୫୦ ବର୍ଷ ପୂର୍ବେ ଖୋଜୁଥିଲେ, ଆଶ୍ଚର୍ଯ୍ୟର କଥା ଏହାକୁ ନେଇ କେହି ସେତେଟା ଗୁରୁତ୍ୱ ଦେଇନଥିଲେ । ଯାହା ଏବେ ଏକ ବିଶାଳ ବ୍ଲାକହୋଲ ଭାବେ ଦୃଶ୍ୟମାନ ହେଉଛି ।

Get real time updates directly on you device, subscribe now.