fbpx

ଚାର୍ଜିଂରେ ଲାଗିଥିଲା ଇଲେକ୍ଟ୍ରିକ୍ ବସ୍: ହେଲା ଭୟଙ୍କର ବିସ୍ଫୋରଣ, ଚାଲିଗଲା…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବରେଲୀରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଏଠାରେ ଚାର୍ଜିଂ ସମୟରେ ଏକ ଇଲେକ୍ଟ୍ରିକ୍ ବସ୍ ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନ୍ୟ ଦୁଇ ଆହତ ହୋଇଛନ୍ତି । ଆହତଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । । ତେବେ କେଉଁ ପରିସ୍ଥିତିରେ ବସ୍ ରେ ବିସ୍ଫୋରଣ ହେଲା ତାହା ଜଣାପଡ଼ିନାହିଁ । ଘଟଣାର ତଦନ୍ତ କରାଯାଉଛି ।

ସୂଚନା ଅନୂଯାୟୀ, ଘଟଣା ବରେଲୀ ଥାନା ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରେ ଏକ ଚାର୍ଜିଂ ଷ୍ଟେସନରେ ଇଲେକ୍ଟ୍ରିକ୍ ବସ୍ ଚାର୍ଜରେ ଲାଗିଥିଲା । ସେହି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଆଉ ଏଥିରେ ଜଣକର ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି । ବସରେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ବସ୍ ରେ ଦୁର୍ଘଟଣା ସୂଚନା ପାଇଁ ଜିଲ୍ଲା ଅଧିକାରୀ, ଏସଏସପି, ଏସପିଙ୍କ ସହ ଅନ୍ୟ ଅଧିକାରୀ ପହଞ୍ଚିଥିଲେ ।

Get real time updates directly on you device, subscribe now.