fbpx

Covid-19: ଏବେ ବ୍ଲଡ୍ ଟେଷ୍ଟ ଦ୍ୱାରା Lung Covidକୁ ଚିହ୍ନଟ କରିବା ସମ୍ଭବ- Lancet Study Report

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ଭାଇରସ୍ (ସାର୍ସ କୋଭ-୨)ସମଗ୍ର ମାନବ ସଭ୍ୟତାକୁ କବଳିତ କରି ରଖିଛି । ଅନେକ ସମୟରେ ଭାଇରସର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ସହ କିଛି ବୈଜ୍ଞାନିକ ତଥ୍ୟ ମଧ୍ୟ ଆସିଥିଲା । ନିକଟରେ ୟୁକେ ୟୁନିଭରସିଟି କଲେଜ ଲଣ୍ଡନ (ୟୁସିଏଲ)ର ରିସର୍ଚ୍ଚରମାନେ ସାର୍ସ କୋଭ-୨କୁ ନେଇ ଏକ ଷ୍ଟଡି କରିଥିଲେ । ତେବେ ବ୍ଲଡ ଟେଷ୍ଟ ଦ୍ୱାରା ଲଙ୍ଗ କୋଭିଡ ବିଷୟରେ ଜାଣିହେଉଛି, ଏହା ମେଡିକାଲ ଜର୍ଣ୍ଣାଲ ଲାନସେଟ ପକ୍ଷରୁ ଦୃଢ଼ତାର ସହ କୁହାଯାଇଛି ।

କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରେ ଦୀର୍ଘ ସମୟ ଧରି ଲକ୍ଷଣ ରହୁଛି କି ନାହିଁ, ଏବେ ତାହା ବ୍ଲଡ୍ ଟେଷ୍ଟ ମାଧ୍ୟମରେ ଜାଣିହେବ । ଏ ବିଷୟରେ ଲାନସେଟର ଇବାୟୋମେଡିସିନର ଜର୍ଣ୍ଣାଲରେ ରିସର୍ଚ୍ଚ ରିପୋର୍ଟ ପ୍ରକାଶିତ ହୋଇଛି । ସାଧାରଣ ଭାବେ ଯେଉଁ ସଂକ୍ରମିତଙ୍କ ଶରୀରରେ ଦୀର୍ଘ ସମୟ ଧରି କୋଭିଡ-୧୯ ଭାଇରସ ରହିଥାଏ, ତାକୁ ଲଙ୍ଗ କୋଭିଡ୍ ଧରାଯାଇଥାଏ ।

ଗବେଷକମାନେ କୋଭିଡ ସଂକ୍ରମିତଙ୍କ ଦେଖାଶୁଣା କରୁଥିବା କର୍ମଚାରୀଙ୍କ ବ୍ଲଡର ପ୍ରୋଟିନକୁ ବିଶ୍ଲେଷଣ କରିଥିଲେ । ଏହାପରେ ବିନା ସଂକ୍ରମିତଙ୍କ ନମୂନା ସହ ଏହି କର୍ମଚାରୀଙ୍କ ନମୂନାକୁ ତୁଳନା କରାଯାଇଥିଲା । ତେବେ ସଂକ୍ରମଣର ୪୨ ଦିନ ପରେ ପ୍ରୋଟିନର ସ୍ତରରେ କୌଣସି ଅନ୍ତର ନଥିବା ଦେଖାଯାଇଥିଲା ।

ଉକ୍ତ ଅଧ୍ୟୟନରେ ବ୍ୟବହାର କରାଯାଇଥିବା ଟେଷ୍ଟିଂ ବିଧି ହସ୍ପିଟାଲରେ ସହଜରେ ଉପଲବ୍ଧ ହେଉଛି । ଏହା ହାଇ-ଥ୍ରୁପୁଟ ହୋଇଥିବା ବେଳେ କମ୍ ସମୟ ମଧ୍ୟରେ ହଜାର ହଜାର ନମୂନାକୁ ବିଶ୍ଲେଷଣ କରାଯାଇପାରିବ । ଯେଉଁମାନେ ଦୀର୍ଘ ସମୟ ଧରି କୋଭିଡ ସହ ଜୁଝୁଛନ୍ତି, ସେମାନଙ୍କଠାରେ ଫୁସଫୁସ କୋଭିଡର ସମ୍ଭାବନାକୁ ପରୀକ୍ଷା କରିବା ସମ୍ଭବ । ଏହା ପ୍ରାରମ୍ଭିକ ପର୍ଯ୍ୟାୟ ହୋଇଥିବା ବେଳେ ଆଣ୍ଟିଭାୟରଲ ପରି ପରୀକ୍ଷଣ ଚିକିତ୍ସାର ରାସ୍ତା ଆଗକୁ ଖୋଲିଯିବ ବୋଲି ଆଶା କରାଯାଇଛି ।

Get real time updates directly on you device, subscribe now.