fbpx

ଆଣ୍ଟାର୍କଟିକା ଗ୍ଲାସିୟରରୁ ବହିବାରେ ଲାଗିଛି ରକ୍ତର ଝରଣା: ବୈଜ୍ଞାନିକମାନେ ତାଜୁବ, ଚାଲିଛି ରିସର୍ଚ୍ଚ ପରେ ରିସର୍ଚ୍ଚ

ନୂଆଦିଲ୍ଲୀ: ଆଣ୍ଟାର୍କଟିକାରୁ ଏକ ଗ୍ଲାସିୟରରୁ ରକ୍ତର ଝରଣା ବହିବାରେ ଲାଗିଛି । ଏହି ରହସ୍ୟମୟ ରକ୍ତର ପ୍ରବାହକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ତେଣୁ ଏହି ଗ୍ଲାସିୟରର ବହୁତ ତଳେ ଜୀବନ ରହିଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରକ୍ତ ଲୁଣିଆ ଜଳ ପରି ହୋଇଥିବା ବେଳେ ଏହା ପ୍ରାଚୀନ ଇକୋ ସିଷ୍ଟମର ଏକ ଅଂଶ ବୋଲି କୁହାଯାଉଛି । ତେବେ ବାସ୍ତବରେ ଏହି ରକ୍ତ କ’ଣ ଓ କାହିଁକି ପ୍ରବାହିତ ହେଉଛି ସେ ନେଇ ଅନେକ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି ।

ସୂଚନା ମୁତାବକ, ଏହି ରକ୍ତର ଝରଣା, ଏବେକାର ନୁହେଁ, ବରଂ ୧୦ ବର୍ଷ ତଳୁ ପ୍ରବାହିତ ହେଉଛି । ପୂର୍ବ ଆଣ୍ଟାର୍କଟିକାର ଭିକ୍ଟୋରିଆ ଲ୍ୟାଣ୍ଡରେ ଥିବା ଟେଲର ଗ୍ଲାସିୟରରୁ ଏହି ଝରଣା ସୃଷ୍ଟି ହୋଇଛି । ତେବେ ନିକଟରେ ବୈଜ୍ଞାନିକମାନେ ଏହି ଝରଣା ପଛର ରହସ୍ୟକୁ ସାମ୍ନାକୁ ଆଣିବାରେ ସକ୍ଷମ ହୋଇଛନ୍ତି । ଟେଲର ଗ୍ଲାସିୟର ଅତୀ ପ୍ରାଚୀନ କାଳର ହୋଇଥିବା ବେଳେ ସେଠାରେ ଜୀବନ ରହିଥିବା କୁହାଯାଉଛି ।

ଧରିତ୍ରୀ ପୃଷ୍ଠରେ ଏଲିୟନଙ୍କର ସ୍ଥିତି ଯେପରି ଉକ୍ତ ଗ୍ଲାସିୟର ତଳେ ଜୀବନର ଅନୁରୂପ ସ୍ଥିତି । ଜଣେ ବୈଜ୍ଞାନିକ ଏହି ରକ୍ତ ନିକଟକୁ ଯାଇ ଦେଖିଥିଲେ ଓ ତା’ର ସ୍ୱାଦ ଲୁଣିଆ ବୋଲି ସେ କହିଛନ୍ତି । ସେ ଅଞ୍ଚଳ କୌଣସି ନର୍କଠାରୁ କମ୍ ନୁହେଁ । ସେଠାକୁ ଯିବା ଅର୍ଥ ଜୀବନକୁ ବାଜି ଲଗାଇବା ସହିତ ସମାନ ଅଟେ ।

ଉକ୍ତ ଗ୍ଲାସିୟର ତଳେ ସୂକ୍ଷ୍ମ ଜୀବ ରହିଥିବା ୨୦୦୯ରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଥିଲା । ଉକ୍ତ ସୂକ୍ଷ୍ମ ଜୀବ ସେଠାରେ ୧୫ରୁ ୪୦ ଲକ୍ଷ ତଳେ ରହିଆସୁଥିବା ବେଳେ ତାହା ଏକ ବଡ଼ ଇକୋସିଷ୍ଟମର ଗୋଟିଏ କ୍ଷୁଦ୍ର ଅଂଶ । ଉକ୍ତ ବିଶାଳ ଅଞ୍ଚଳର ସବିଶେଷ ସନ୍ଧାନ କରିବାକୁ ଏକ ଦଶନ୍ଧି ଲାଗିଯିବ । ଉକ୍ତ ଝରଣା ପାଣିରେ ବିରଳ ସବଗ୍ଲୋଶିୟଲ ଇକୋସିଷ୍ଟମ ବ୍ୟାକ୍ଟେରିଆ ରହିଥିବା ଯାଞ୍ଚରୁ ଜଣାପଡ଼ିଛି । ଉକ୍ତ ଝରଣା ପାଣି ଅତ୍ୟଧିକ ଥଣ୍ଡା ହୋଇଥିବା ବେଳେ ଲୁଣିଆ କାରଣରୁ ତାହା ବହିବାରେ ଲାଗିଛି । ତେବେ କେଉଁ ଚାପ କାରଣରୁ ରକ୍ତର ଝରଣା ଗ୍ଲାସିୟର ବାହାରକୁ ବାହାରୁଛି ତା’ର ସନ୍ଧାନ ବୈଜ୍ଞାନିକମାନେ ପାଇପାରି ନାହାନ୍ତି ।

Get real time updates directly on you device, subscribe now.